Explore

Search
Close this search box.

Search

April 28, 2025 11:27 am

ଦେବଗଡ ଜିଲ୍ଲା କଣ୍ଡଳ ୟୁଜିୟୁପି ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ଆଜି (୧.୧୨.୨୦୨୪) କଣ୍ଡଳ ବାଲିପୋଶି ୟୁଜିୟୁପି ବିଦ୍ୟାଳୟଠାରେ ଶ୍ରୀଯୁକ୍ତ ଦୁର୍ଯ୍ଯୋଧନ ସାହୁଙ୍କ ସଭାପତିତ୍ବରେ କଣ୍ଢଳ କ୍ଲଷ୍ଟରର ଦୁଇଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି |  ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ତନୁଚନ୍ଦ୍ର ସାହୁ ,ପ୍ରଧାନ ଶିକ୍ଷକ, ନୂଆଗାଁ ୟୁଜିୟୁପି ବିଦ୍ୟାଳୟ ଓ ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା ମଞ୍ଜରୀ ଶତପଥି ,ସହକାରୀ ଶିକ୍ଷୟିତ୍ରୀ ,କଣ୍ଢଳ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ |  ମୁଖ୍ୟଅତିଥି ଭାବେ ଶ୍ରୀଯୀକ୍ତ ନିରଞ୍ଜନ କୁମାର ସାହୁ  ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସୁନିଲ କୁମାର ବେହେରା ଯୋଗଦେଇ ବିଦାୟୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର କାର୍ଯ୍ଯକାଳ ଓ ଶିକ୍ଷକତା ଜୀବନର ଶୃଙ୍ଖଳା ଓ ଜ୍ଞାନର ଭୂୟସୀ ପ୍ରଶଂସା କରିଥିଲେ |  ମୁଖ୍ୟବକ୍ତା ଶ୍ରୀମତୀ ଶେଳବାଳା ପାତ୍ର ଉଭୟଙ୍କର ଶିକ୍ଷକ ଜୀବନର ସାର୍ଥକତା ଉପରେ ଗଭୀର ଆଲୋକପାତ କରିଥିଲେ | ବିଦାୟ ସମ୍ବର୍ଦ୍ଧନା ସଭାରେ କଣ୍ଢଳ କ୍ଲଷ୍ଟରର ଦଶଟି ବିଦ୍ୟାଳୟରୁ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ |  ଶ୍ରୀଯୁକ୍ତ ପ୍ରଭାତ କୁମାର ପ୍ରଧାନ ତତ୍ତ୍ବାବଧାରକ କାର୍ଯ୍ଯ ତୁଲାଇଥିବା ବେଳେ ଶ୍ରୀଯୁକ୍ତ ଲିଙ୍ଗରାଜ ବେହେରା ମଞ୍ଚ ପରିଚାଳନା କରିଥିଲେ | କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ ଦ୍ରୌପଦୀ ପ୍ରଧାନ,ପ୍ରମିଳା ପ୍ରଧାନ,ମିଲିମଞ୍ଜରୀ ପ୍ରଧାନ,ଈଶ୍ବରଚନ୍ଦ୍ର ବେହେରା,ସନ୍ଦିପ କୁମାର ସାହୁ ,ଚିତାଞ୍ଜଳୀ ଧଳ | ଶେଷରେ ଶ୍ରୀଯୁକ୍ତ ଚିନ୍ତାମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer