ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ପ୍ରଧାନପାଟ କ୍ଲବ ପକ୍ଷରୁ ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ପ୍ରତିଯୋଗିତା ୨୦୨୪ ଆଜି ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ ବିଏଫସି କୁଚିଣ୍ଡା ସହିତ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚରେ ବିଏଫସି କୁଚିଣ୍ଡା ଦଳ ୧-୦ ଗୋଲରେ ବିଜୟୀ ହୋଇ ଚାମ୍ଫିଅନ ହୋଇଥିଲା।
ବରିଷ୍ଠ ଖେଳାଳୀ ହେମନ୍ତ ମହାପାତ୍ର ମ୍ୟାଚ କମିସନର ଥିବାବେଳେ ରାଜକୁମାର ମଣ୍ଡଳ,ସୁଧାଂଶୁ ସେଠ,ସାଗର ନାଏକ,ଅଶ୍ବିନୀ ବରିହା ମ୍ୟାଚକୁ ପରିଚାଳନା କରିଥିଲେ।ଫକୀର ମୋହନ ଦଳବେହେରା ଓ ବେଣୁଧର ଗଡନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ।ଉଦଯାପନୀ ତଥା ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ବିଧାୟକ ରୋମାଂଚ ରଞ୍ଜନ ବିଶ୍ବାଳ ମୁଖ୍ୟଅତିଥି,ବାରକୋଟ ପଂଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର,ରିଆମାଳ ପଂଚାୟତ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ,ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ପ୍ରଭାତ ପ୍ରଧାନ,କ୍ଲବର ସଭାପତି ବିକାଶ ପ୍ରଧାନ,ସଂପାଦକ ସଞ୍ଜିବ ନାୟକ,କୋଷାଧ୍ୟକ୍ଷ ସଞ୍ଜିବ ବେହେରା,କ୍ଲବର ପୂର୍ବ ସଭାପତି ସୁବାସ ଚନ୍ଦ୍ର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମକୁ ଧିରେନ୍ଦ୍ର ନାଏକ ପରିଚାଳନା କରିଥିଲେ।କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
