Explore

Search
Close this search box.

Search

April 29, 2025 7:01 pm

ଲୋକଙ୍କ ଅଭିଯୋଗ ଶୁଣିଲେ ଦେବଗଡ ଜିଲ୍ଲାପାଳ , ୩୮ ଟି ଅଭିଯୋଗର କଲେ ଶୁଣାଣି ।

ଦେବଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୩୮ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ

ଅଭିଯୋଗ ମଧ୍ୟରେ ୨୪ଟି ବ୍ୟକ୍ତିଗତ ଏବଂ ୧୪ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ବିଶେଷ କରି  ବିଦ୍ୟୁତ୍ ସଂଯୋଗ, ରାସ୍ତା ମରାମତି , ରାସନ୍ କାର୍ଡ,ପାନୀୟ ଜଳ , ଡ୍ରେନେଜ୍ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ବନଖଣ୍ଡ ଅଧିକାରୀ ମଗର ଧନlଜୀ ରାଓସ୍ଵ ଉପଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଡେପୁଟି କଲେକ୍ଟର ଅଞ୍ଜୁନୀ କୁଜୁର ଓ ତହସିଲଦାର କର୍ଣ୍ଣ ମଲ୍ଲିକ ସମେତ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer