Explore

Search
Close this search box.

Search

April 28, 2025 12:07 pm

ଆରମ୍ଭ ହେବ ବହୁ ପ୍ରତିକ୍ଷିତ ବାରକୋଟ – ଝାରସୁଗୁଡ଼ା ନୂତନ ରେଳପଥ କାର୍ଯ୍ୟ , ରେଳମନ୍ତ୍ରୀ ଦେଲେ ସୂଚନା ।

ଆଠୋଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ, ପ୍ରସ୍ତାବିତ ବାରକୋଟ – ଝାରସୁଗୁଡ଼ା ରେଳ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯାଇଥିବା ଆଜି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ , ଆଠୋଟି ନୂଆଁ ପ୍ରୋଜେକ୍ଟ କୁ ଗ୍ରୀନ ସିଗନାଲ ମିଳିଛି । ଏହି ନୂତନ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୧. ଗୁଣୁପୁର – ଥେରୁବାଲି ନୂତନ ରେଳ ଲାଇନ ୨. ଜୁନାଗଡ଼ ରୋଡ଼ – ନବରଙ୍ଗପୁର ନୂତନ ରେଳ ଲାଇନ ୩. ମାଲକାନଗିରି – ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳ ଲାଇନ ୪. ବାଦାମପାହାଡ଼ – କେନ୍ଦୁଝରଗଡ଼ ନୂତନ ରେଳ ଲାଇନ ୫. ବାଙ୍ଗିରିପୋଷି – ଗୋରୁମହିଷାଣୀ ନୂତନ ରେଳ ଲାଇନ ୬. ବୁଡ଼ାମରା – ଚାକୁଳିଆ ନୂତନ ରେଳ ଲାଇନ ୭. ସରଡେଗା – ଭାଲୁମୁଡା ନୂତନ ଦୋହରୀ କରଣ ରେଳ ଲାଇନ ୮. ବରଗଡ଼ ରୋଡ଼ – ନୂଆପଡା ରୋଡ଼ ନୂତନ ରେଳ ଲାଇନ୍‌ ଆଦି ଅନ୍ତର୍ଭୁକ୍ତ ଅଟେ ।
ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡିଆ ସାଂସଦ ମାନେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା ଅବସରରେ ରେଳମନ୍ତ୍ରୀ ଏହି ସୂଚନା ଦେବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ରେଳମନ୍ତ୍ରୀଙ୍କ ଏହି ସୂଚନା ପରେ ବହୁ ପ୍ରତିକ୍ଷିତ ବାରକୋଟ – ଝାରସୁଗୁଡ଼ା ରେଳପଥ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଲୋକଙ୍କ ମନରେ ଆଶା ସଂଚାର କରିଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer