Explore

Search
Close this search box.

Search

May 19, 2025 2:27 pm

ବିଧାନସଭାରେ ତୃଟିପୂର୍ଣ୍ଣ ହାଇଟେକ୍ ସର୍ଭେ ନେଇ ଦାବିରଖିଲେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ

ଦେବଗଡ ଜିଲ୍ଲାରେ ହୋଇଥିବା ହାଇଟେକ୍ ସର୍ଭେ ରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି ।  ଏହି ସର୍ଭେ କୁ ବାତିଲ କରି ସଠିକ ଭାବେ ପୁନଃ ସର୍ଭେ କରାଯିବାକୁ ଆଜି ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ।

ଆଜି ବିଧାନସଭାର ଶୀତକାଳିନ ଅଧିବେସନ ଚାଲିଥିବା ବେଳେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଜିଲ୍ଲାରେ ହାଇଟେକ୍ ସର୍ଭେ ରେ ହୋଇଥିବା ତ୍ରୁଟି ସମ୍ପର୍କରେ ଗୃହରେ ଉପସ୍ଥାପିତ କରିଥିଲେ । ସେ କହିଥିଲେ ଯେ , ଦେବଗଡ ଜିଲ୍ଲାରେ ସର୍ବପ୍ରଥମେ ହାଇଟେକ୍ ସର୍ଭେ ହୋଇଥିଲା । ହାଇଟେକ୍ ସର୍ଭେ ପରେ ପ୍ରଜାମାନେ ନିଜନିଜ ରେକର୍ଡ ଜମିକୁ ଚିହ୍ନଟ କରି ପଟ୍ଟା ପାଇବା ପାଇଁ ଆଶାବାନ୍ଧି ବସିଥିଲେ । ମାତ୍ର ଏହି ସର୍ଭେ ପରେ ପରିସ୍ଥିତି ସମ୍ପୂର୍ଣ ବଦଳିଗଲା । ଅଧିକାଂଶ ପ୍ରଜାଙ୍କ ଖାତା ନମ୍ବର ଓ ପ୍ଲଟ ନମ୍ବର ମେଳ ଖାଉନଥିବା ବେଳେ , ରେକର୍ଡ ଅନୁଯାୟୀ ଜମି ର ପରିମାଣ ସଠିକ ବାହାରୁଥିବା ଦେଖାଯାଇଛି । ଅଳ୍ପ ଜମି ଥିବା ପ୍ରଜାଙ୍କ ନାମରେ ଅଧିକ ଜମି ବାହାରୁଥିବା ବେଳେ , ଅଧିକ ଜମି ଥିବା ପ୍ରଜାଙ୍କ ନାମରେ ଅଳ୍ପ ଜମି ବାହାରୁଥିବା ଦେଖାଯାଇଛି । ଗୋଟିଏ ପ୍ରଜାଙ୍କ ଜମି ଅନ୍ୟ ପ୍ରଜାଙ୍କ ନାମରେ ବାହାରୁଛି । ଏପରିକି ଅନେକ କ୍ଷେତ୍ରରେ ରେକର୍ଡ ଧାରି ପ୍ରଜାଙ୍କ ନାମ ମଧ୍ୟ ପରିବର୍ତ୍ତନ ହୋଇଯାଇଥିବା ଦେଖିବାକୁ ମିଳୁଛି । ଶହ ଶହ ସଂଖ୍ୟାରେ ଏଭଳି ଅଭିଯୋଗ ଆସୁଛି । ବିଗତ କିଛିଦିନ ତଳେ ରାଜସ୍ବ ମନ୍ତ୍ରୀ ଦେବଗଡ ଗସ୍ତରେ ଆସି ରିଭ୍ୟୁ କରିଥିବା ବେଳେ ଏହି ତ୍ରୁଟିପୂର୍ଣ୍ଣ ସର୍ଭେ ଏସଂକ୍ରାନ୍ତରେ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସରକାର ଯେଉଁ ମହତ୍ ଲକ୍ଷନେଇ ଏହି ହାଇଟେକ୍ ସର୍ଭେ କରିଥିଲେ ତ୍ରୁଟିପୂର୍ଣ୍ଣ ସର୍ଭେ କାରଣରୁ ବହୁସଂଖ୍ୟାରେ ରେକର୍ଡ ଧାରୀ ପ୍ରଜା ଏହାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ମାନ୍ୟବର ରାଜସ୍ବ ମନ୍ତ୍ରୀ ଏହାର ପୁନର୍ବିଚାର କରି ଜିଲ୍ଲାରେ ହୋଇଥିବା ଏହି ତ୍ରୁଟିପୂର୍ଣ୍ଣ ସର୍ଭେ କୁ ବାତିଲ କରି ନୂତନ ସର୍ଭେ କରାଇବାକୁ ବିଧାୟକ ଶ୍ରୀ ବିଶ୍ଵାଳ ଆଜି ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer