Explore

Search
Close this search box.

Search

April 28, 2025 4:56 am

ବୋତଲ ପାଣି ଜୀଵନ ପ୍ରତି ଆଣିପାରେ ବିପଦ ! ସତର୍କ କରାଇଲା (FSSAI) ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ।

ବୋତଲ ପାଣି ଜୀଵନ ପ୍ରତି ଆଣିପାରେ ବିପଦ । ସତର୍କ କରାଇଲା (FSSAI)  ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ । ବଜାରରେ ଉପଲବ୍ଧ ଥିବା ସିଲ୍ଡ଼ ପାଣି ବୋତଲ ବା ମିନେରାଲ ୱାଟର କୁ “ହାଇ ରିସ୍କ ଫୁଡ୍” କେଟଗୋରିଭୁକ୍ତ କରିବାପାଇଁ ନିଷ୍ପତ୍ତି ହୋଇଛି ।

ଏହି ଖବର ପରେ ଏବେ ବଜାରରେ ମିଳୁଥିବା ପାଣି ବୋତଲ ର ଗୁଣବତ୍ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ପ୍ଲାଷ୍ଟିକ ବୋତଲରେ ଦୀର୍ଘ ସମୟ ଧରି ପାଣି ରହୁଥିବାରୁ ଏହାଦ୍ବାରା ମାଇକ୍ରୋ ପ୍ଲାଷ୍ଟିକ ଆମ ଶରୀରକୁ ଯିବାର ଆଶଙ୍କା ରହିଛି । ପ୍ଲାଷ୍ଟିକ ବୋତଲ ପାଣିରେ ଏକ କେମିକାଲ ରିଲିଜ୍ ହୋଇଥାଏ । ପାଣି ବୋତଲ ଫୁଡ୍ କଣ୍ଟେନର ଭଳି ପ୍ଲାଷ୍ଟିକରେ BPA ନାମକ ଏକ କେମିକାଲ ମିଳିଥାଏ । ଏହି କେମିକାଲ ବୋତଲରୁ ଆସି ପାଣିରେ ମିଶିପାରେ । ଯାହାକି ଆମ ସ୍ବାସ୍ଥ ପ୍ରତି ଖୁବ୍ ହାନିକାରକ । ଏହା କାରଣରୁ ହରମୋନାଲ ଅସନ୍ତୁଳନ, କ୍ୟାନ୍ସର ଓ ଅନ୍ୟାନ୍ୟ ମାରାତ୍ମକ ରୋଗ ହେବାର ଆଶଙ୍କା ଥାଏ । ଏଥିପାଇଁ ଯଥାସମ୍ଭବ ଆମେ ପ୍ଲାଷ୍ଟିକ ବୋତଲର ପାଣି ପିଇବାରୁ ଦୂରେଇ ରହିବା ଉଚିତ୍ । ଏଥିସହ ବାରମ୍ବାର ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ବୋତଲରୁ ଅଧିକ ପରିମାଣରେ ରାସାୟନିକ ଓ ବିଷାକ୍ତ ପଦାର୍ଥ ନିର୍ଗତ ହୋଇ ପାଣିରେ ମିଶିଯାଏ । ସେହିପରି ସୂର୍ଯ୍ୟକିରଣ ଓ ଉତ୍ତାପ ସଂସ୍ପର୍ଶରେ ଆସିବା ଦ୍ବାରା ପ୍ଲାଷ୍ଟିକ ରାସାୟନିକ ପଦାର୍ଥକୁ ପାଣି ଭିତରକୁ ଛାଡ଼ିଥାଏ । ଯାହାକି ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ । ଏହି କାରଣରୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଏହାକୁ ହାଇ ରିଷ୍କ ଫୁଡ୍ କେଟେଗୋରିଭୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer