Explore

Search
Close this search box.

Search

April 29, 2025 2:37 pm

ଦେବଗଡ ଜିଲ୍ଲାରେ ଧାନକିଣା ନେଇ ନିଷ୍ପତ୍ତି ପରିବର୍ତ୍ତନ , ଚଳିତ ମାସ ୧୩ ତାରିଖ ପରିବର୍ତ୍ତେ ୨୦ ତାରିଖ ଠାରୁ ହେବ ଧାନକିଣା ।

ଦେବଗଡ ଜିଲ୍ଲାରେ ଧାନ କିଣା ନିଷ୍ପତ୍ତି ରେ ହୋଇଛି ପରିବର୍ତ୍ତନ । ଚଳିତ ମାସ ୧୩ ତାରିଖ ଠାରୁ ଜିଲ୍ଲାରେ ଧାନକିଣା ଆରମ୍ଭ ହେବାକୁ ପ୍ରଶାସନିକ ନିଷ୍ପତ୍ତି ନିଆଯାଇଥିବା ବେଳେ , ଏହାକୁ ପରିବର୍ତ୍ତନ କରି ଚଳିତ ମାସ ୨୦ ତାରିଖ ଠାରୁ ଜିଲ୍ଲାରେ ଧାନ କିଣା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ବିଗତ କିଛିଦିନ ହେଲା ଦେଖାଦେଇଥିବା ଆଦିନିଆଁ ବର୍ଷା ଓ କୋହଳା ପାଗ ଯୋଗୁଁ ଅଧିକାଂଶ ଚାଷୀ ଧାନ ଅମଳ କରିପାରି ନାହାନ୍ତି । କେତେକ ସ୍ଥାନର ଆଦିନିଆଁ ବର୍ଷା ଫଳରେ ଧାନଚାଷ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଚାଷୀ ମଣ୍ଡିକୁ ଧାନ ଆଣି ବିକ୍ରି କରିବା ସମ୍ଭବ ହୋଇ ପାରୁନାହିଁ । ବର୍ତ୍ତମାନ ଧାନରେ ଜଳୀୟ ଅଂଶ ମାତ୍ରା ଅଧିକ ଥିବାରୁ ଜିଲ୍ଲା କୃଷି ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହି ଧାନକିଣା କୁ ଚଳିତ ମାସ ୨୦ ତାରିଖକୁ ପରିବର୍ତ୍ତନ କରାଯାଇଥିବା ଜଣାଯାଇଛି । ଗତ ମାସ ୨୦ ତାରିଖ ଦିନ ଧାନ ସଂଗ୍ରହ କମିଟିର ବୈଠକରେ ଡିସେମ୍ବର ୧୩ ତାରିଖ ଠାରୁ ଜିଲ୍ଲାରେ ଧାନକିଣା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଚାଷୀଙ୍କ ସୁବିଧା ନିମନ୍ତେ ଏଥିରେ ପରିବର୍ତ୍ତନ କରାଯାଇ ଆସନ୍ତା ୨୦ ତାରିଖ ଠାରୁ ଧାନକିଣା  ପାଇଁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଜିଲ୍ଲାରେ ୧୯ ହଜାର ୬୩୩ ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକୃତ ହୋଇଥିବା ଜଣାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer