Explore

Search
Close this search box.

Search

April 29, 2025 2:44 pm

ଦେବଗଡ : ଓଡିଶା କୃଷି ଶିଳ୍ପ ନିଗମ ଆକାଉଣ୍ଟ ରୁ ଚଉଦ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଛୁ ମାରିଲେ ଜୁନିଅର ଆକାଉଣ୍ଟ ଆସିଷ୍ଟାଣ୍ଟ , ଦେବଗଡ ଥାନାରେ ମାମଲା ।

ଓଡିଶା କୃଷି ଶିଳ୍ପ ନିଗମ ଆକାଉଣ୍ଟ ରୁ ଚଉଦ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଛୁ ମାରିଲେ ଜୁନିଅର ଆକାଉଣ୍ଟ ଆସିଷ୍ଟାଣ୍ଟ । ଦେବଗଡ ଥାନାରେ ମାମଲା ।

ଦେବଗଡ଼ ଜିଲ୍ଲାରେ ଥିବା ଓଡିଶା କୃଷି ଶିଳ୍ପ ନିଗମ କାର୍ଯ୍ୟାଳୟ ଆକାଉଣ୍ଟରୁ ୧୪ ଲକ୍ଷ ୨୨ହଜାର ୨୮୭ ଟଙ୍କାକୁ ଜୁନିଅର ଆକାଉଣ୍ଟ ଆସିଷ୍ଟାଣ୍ଟ ଗୌରୀ ଶଙ୍କର ବେହେରା ହଡ଼ପ କରି କୁଆଡେ ଛୁ ମାରିଥିବା ନେଇ ବିଭାଗ ପକ୍ଷରୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା କୃଷି ଶିଳ୍ପ ନିଗମରେ ଜୁନିଅର ଆକାଉଣ୍ଟ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଗୌରୀ ଶଙ୍କର ବେହେରା ନିଗମ ପରିଚାଳକ ଦିବ୍ୟ ଲୋଚନ ସାହୁଙ୍କ ଅଜ୍ଞାତରେ ଗତ ନଭେମ୍ବର ୨୦୨୪ ଓ ଡିସେମ୍ବର ୧୦ / ୨୦୨୪ ରେ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୭ଲକ୍ଷ ୪୯ହଜାର ୧୮୬ ଟଙ୍କା ଓ ୬ ଲକ୍ଷ ୭୩ହଜାର ୧୦୧ ଏଭଳି ମୋଟ ୧୪ ଲକ୍ଷ ୨୨ହଜାର ୨୮୭ଟଙ୍କା ଶିଳ୍ପ ନିଗମ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ କୃଷି ଶିଳ୍ପ ନିଗମ ପରିଚାଳକଙ୍କ ବିନା ଦସ୍ତଖତରେ    ଟ୍ରାନ୍ସଫର କରିନେଇଥିବା ଦେବଗଡ଼ ଥାନାରେ  ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିଗମ ପରିଚାଳକ ଶ୍ରୀ ସାହୁ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । ହେଲେ ଜୁନିୟର ଏକାଉଣ୍ଟ୍ ଆସିଷ୍ଟାଣ୍ଟ ଶ୍ରୀ ବେହେରାଙ୍କ କୌଣସି ଖୋଜ ଖବର ଏପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ କେଉଁ ପରିସ୍ଥିତିରେ ଏଭଳି ଅର୍ଥ ଆତ୍ମସାତ ଘଟଣା ଘଟିଲା ଓ ବିଭାଗୀୟ ଅଧିକାରୀ କିଭଳି ଏସଂକ୍ରାନ୍ତରେ କିଛି ଜାଣିପାରିଲେ ନାହିଁ , ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer