Explore

Search
Close this search box.

Search

April 29, 2025 2:43 pm

ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ କାରଣ ଦର୍ଶାଅ ନୋଟିସ କୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ଦେବଗଡ ପୌର ଅଧ୍ୟକ୍ଷାଙ୍କ ଆବେଦନ ଖାରଜ ।

ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ଅଡୁଆ ବଢିଛି। ଦେବଗଡ଼ ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ସଂକ୍ରାନ୍ତରେ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ତରଫରୁ ଗତ ନଭେମ୍ବର ୧୧ ତାରିଖରେ ଜାରି ନୋଟିସ୍‌କୁ ଚ୍ୟାଲେଞ୍ଜ କରି ଅଧ୍ଯକ୍ଷା ଦାୟର କରିଥିବା ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ନୋଟିସ୍ ଉପରେ ୭ ଦିନ ଭିତରେ ଜବାବ ରଖିବାକୁ ଅଧ୍ୟକ୍ଷାଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅଧ୍ୟକ୍ଷା ଜବାବ ଦାଖଲ ନକରନ୍ତି ତେବେ ଏହାକୁ ବିଚାରକୁ ନେଇ ଆଇନ ଅନୁସାରେ ସରକାର ନିଷ୍ପତ୍ତି ଗ୍ରହଣ କରିବେ । ପୌର ପରିଷଦ ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଜଷ୍ଟିସ୍ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଦେବଗଡ଼ ପୌର ପରିଷଦର ବୈଠକ ପ୍ରତି ମାସରେ ଅତି କମରେ ଥରେ ମଧ୍ୟ ବସୁ ନାହିଁ ବୋଲି ତଦନ୍ତ ବେଳେ ସରକାର ଜାଣିବାକୁ ପାଇଥିଲେ । ପୌର ପରିଷଦ ବୈଠକରେ ପ୍ରସ୍ତାବ ଗ୍ରହଣ ନ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟେଣ୍ଡର ସର୍ଭ ପୌର ପରିଷଦ ଅଧ୍ୟକ୍ଷା ଉଲଙ୍ଘନ କରିଛନ୍ତି । ବାର୍ଷିକ ଆକ୍ସନ୍ ପ୍ଲାନ୍, ମୁକ୍ତା ଅଧୀନରେ ତାଲିକାଭୁକ୍ତ ପ୍ରକଳ୍ପର ଯୋଜନା ଓ ବ୍ୟୟଅଟକଳ ପୌର ପରିଷଦ ବୈଠକରେ ଅନୁମୋଦନ କରାଯାଇ ନାହିଁ । ତଦନ୍ତରୁ ଏଭଳି କଥା ସ୍ପଷ୍ଟ ହୋଇଥିବା ବେଳେ, ପୌର ଅଧ୍ୟକ୍ଷାଙ୍କୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ୨୧ ଦିନ ଭିତରେ ତଦନ୍ତକାରୀ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ ସରକାରଙ୍କ ତରଫରୁ କୁହାଯାଇଥିଲା । ଏହି ନୋଟିସ୍‌କୁ ଚ୍ୟାଲେଞ୍ଜ କରି ଅଧ୍ୟକ୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସାମ୍ବିଧାନିକ ବ୍ୟବସ୍ଥାର ଉଲଂଘନ କରି ଏପରି ନୋଟିସ୍ ଜାରି କରାଯାଇଥିବା ଅଭିଯୋଗ କରି ଏହାକୁ ରଦ୍ଦ କରାଯାଉ ବୋଲି ଅଧ୍ୟକ୍ଷାଙ୍କ ତରଫରୁ ଦର୍ଶାଯାଇଥିଲା । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ଓଡ଼ିଶା ପୌର ଆଇନ, ୧୯୫୦ ର ଧାରା ୫୩ ଅନୁସାରେ ଏହି ନୋଟିସ୍ ଜାରି କରାଯାଇଛି। ଅଧ୍ୟକ୍ଷା ଏହି ନୋଟିସ୍ ପରେ ଜବାବ ରଖିବା ଉଚିତା ବୋଲି ଦର୍ଶାଇ ସରକାରଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer