Explore

Search
Close this search box.

Search

April 29, 2025 2:48 pm

ଜଳବାୟୁ ପରିବର୍ତ୍ତନ ପ୍ରଭାବ , ଦେବଗଡ଼ ଜିଲ୍ଲାରେ ଉଜୁଡ଼ିଯାଇଛି କମଳା ଚାଷ ।

ଜଳବାୟୁ ପରି ପରିବର୍ତ୍ତନ ସଙ୍ଗକୁ ଅଦିନିଆ ବର୍ଷା ଓ ରୋଗପୋକ ଆକ୍ରମଣ ଯୋଗୁଁ ଦେବଗଡ ଜିଲ୍ଲାରେ ଉଜୁଡି ଯାଉଛି କମଳା ଚାଷ । ଲକ୍ଷଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ଜିଲ୍ଲାର କମଳା ଚାଷୀ । ଏହି ସମସ୍ୟାର  ନିରାକରଣ ପାଇଁ  ଉଦ୍ଦ୍ୟାନ ବିଭାଗ ଫେଲ୍ ମାରିଥିବାରୁ ମୁଣ୍ଡରେ ହାତ ଦେଇ ବସିରହିଛନ୍ତି ଜିଲ୍ଲାର ଶହଶହ କମଳା ଚାଷୀ  ।

କୃଷି ପ୍ରଧାନ ଦେବଗଡ ଜିଲ୍ଲାର ଉର୍ବର ମୃତ୍ତିକା ଓ ଜଳବାୟୁ ବିଶେଷ କରି କମଳା ଚାଷ ପାଇଁ ବେସ୍ ଉପଯୋଗୀ । ଏହି କାରଣରୁ ଜିଲ୍ଲାର ମୁଖ୍ୟତଃ ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା, ବୁଢ଼ାପାଳ,ଚଢ଼େଇମରା ଓ ପରା ଆଦି ଅଞ୍ଚଳରେ ବହୁଳ ଭାବେ କମଳା ଚାଷ କରାଯାଇଥାଏ । ଉନ୍ନ‌ତମାନର କମଳା ଚାଷ ପାଇଁ ଏହି ଅଞ୍ଚଳ ସାରା ରାଜ୍ୟରେ ବହୁ ସୁନାମ ଅର୍ଜନ କରିପାରିଛି ।  ଜିଲ୍ଲାର ବିଶେଷକରି ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା, ବୁଢ଼ାପାଳ, ପରା ଓ ଚଢ଼େଇମରା ଆଦି ୪ ଟି ପଞ୍ଚାୟତର ପ୍ରାୟ ୨୦ ଖଣ୍ଡ ଗାଁ ଲୋକେ ସଂପୂର୍ଣ ଭାବେ କମଳାଚାଷ ଉପରେ ସମ୍ପୂର୍ଣ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏହି ଅଞ୍ଚଳରେ ପ୍ରତିବର୍ଷ ୬୦୦ ହେକ୍ଟରରୁ ଊର୍ଦ୍ଧ୍ଵ ପରିମିତ ବଗିଚାରେ କମଳା ଚାଷ କରାଯାଇଥାଏ ।

ମାତ୍ର ବିଗତ କିଛିବର୍ଷ ହେଲା ଜିଲ୍ଲାରେ ଦେଖାଦେଇଥୁବା ଜଳବାୟୁ ପରିବର୍ତ୍ତନ ସଙ୍ଗକୁ ରୋଗପୋକ ଆକ୍ରମଣ ଯୋଗୁଁ ଏହି ଅଞ୍ଚଳର କମଳାଚାଷ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଆସୁଛି । ଚଳିତବର୍ଷ ମଧ୍ୟ ଅନୁରୂପ ଭାବେ ଜିଲ୍ଲାରେ ବହୁ ସଂଖ୍ୟାରେ ଚାଷୀ କମଳାଚାଷ ଆରମ୍ଭ କରିଥିବା ବେଳେ, ଜଳବାୟୁ ପରିବର୍ତ୍ତନ ସଙ୍ଗକୁ ଅଦିନିଆ ବର୍ଷା ଓ ରୋଗପୋକ ଆକ୍ରମଣ ଯୋଗୁଁ ଉଜୁଡି ଯାଇଛି କମଳାଚାଷ । କମଳା ଫଳ ଧରି ଠିକ ପାଚିଲା ବେଳକୁ ପ୍ରଜାପତି ପ୍ରଜାତିର ଏକ ପୋକ ଆକ୍ରମଣରେ ନଷ୍ଟ ହୋଇଯାଇଛି ଲକ୍ଷଲକ୍ଷ ଟଙ୍କାର କମଳା । ହଜାର ହଜାର ସଂଖ୍ୟାରେ ପାଚିଲା ଫଳ ପୋକ ଆକ୍ରମଣରେ ପଚିଯାଇ ଗଛମୂଳେ ଖସିପଡ଼ୁଛି । ଫଳରେ ଆଶାନୁରୂପ କମଳା ଅମଳ କରିନପାରି କ୍ଷତି ସହୁଛନ୍ତି ଚାଷୀ । ବିତରା ଚାଷୀମାନେ ନିଜ ନିଜ ଉଦ୍ୟମରେ ରୋଗପୋକ ଦାଉରୁ କମଳାକୁ ରକ୍ଷା କରିବା ପାଇଁ ଯେତେ ପ୍ରକାର ଔଷଧ ଓ କୀଟନାଶକ ପ୍ରୟୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ପୁନଷ୍ଚ ଏହାର ନିରାକରଣ ନିମନ୍ତେ କମଳା ଚାଷୀ ବାରମ୍ବାର ଜିଲ୍ଲା ଉଦ୍ୟାନ ବିଭାଗକୁ ଜଣାଇ ଆସୁଥିଲେ ସୁଦ୍ଧା ଏହାର ନିରାକରଣ କରିବାରେ ବିଫଳ ହୋଇଛି ଜିଲ୍ଲା ଉଦ୍ଦ୍ୟାନ ବିଭାଗ । ଏହା ଜିଲ୍ଲାର କମଳାଚାଷୀ ଙ୍କୁ ଅତିମାତ୍ରାରେ ନିରାସ କରିବା ସହ ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହି କାରଣରୁ ଅନେକ ଚାଷୀ ବର୍ତ୍ତମାନ କମଳା ଚାଷ ଉପରୁ ମୁହଁ ଲେଉଟାଇ ନେଲେଣି । ଯାହାକି ଜିଲ୍ଲାରେ ସୁଖ୍ୟାତି ଅର୍ଜନ କରିଥିବା କମଳା ଚାଷର ଆଗାମୀ ଭବିଷ୍ୟତ ଉପରେ ମସ୍ତବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏ ଦିଗରେ ଜିଲ୍ଲା ଉଦ୍ୟାନ ବିଭାଗ ଦୃଷ୍ଟି ନଦେଲେ କମଳାଚାଷ ପାଇଁ ରାଜ୍ୟରେ ବେସ ସୁନାମ ନାମ ଅର୍ଜନ କରିଥୁବା ଦେବଗତ ଜିଲ୍ଲାରୁ ଆଗାମୀ ଦିନରେ ଯେ କମଳା ଚାଷ ସମ୍ପୂର୍ଣ ଲୋପ ପାଇଯିବ , ସେ କଥାକୁ ଅସ୍ବିକାର କରାଯାଇ ନପାରେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer