Explore

Search
Close this search box.

Search

April 28, 2025 11:52 am

ଠିକାଦାର ମାନଙ୍କୁ ତାଗିଦ୍ କଲେ ପୂର୍ତ୍ତମନ୍ତ୍ରୀ , ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ନସାରିଲେ ନିଆଯିବ କଡା ଆକ୍ସନ ।

ଠିକାଦାର ମାନଙ୍କୁ ତାଗିଦ୍ କଲେ ପୂର୍ତ୍ତମନ୍ତ୍ରୀ । ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ନସାରିଲେ ନିଆଯିବ କଡା ଆକ୍ସନ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିବା ଅବସରରେ ଠିକାଦାରଙ୍କୁ ଏଭଳି ତାଗିଦ୍ କରିବାସହ କ୍ୱାଲିଟିରେ ବି କୌଣସି ପ୍ରକାର କମ୍ପ୍ରୋମାଇଜ କରାଯିବ ନାହିଁ ବୋଲି ରୋକଠକ ପ୍ରକାଶ କରିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ୪ ଟି ମେଗା ରାସ୍ତା ପ୍ରକଳ୍ପ, ୩ ଟି ସେତୁ ପ୍ରକଳ୍ପ ଏବଂ ୫ ଟି ଭିତ୍ତିଭୂମି ପ୍ରକଳ୍ପର ବିଭାଗୀୟ ଅଧିକାରୀ ଏବଂ ଏଜେନ୍ସି ମାନଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି ପୂର୍ତ୍ତମନ୍ତ୍ରୀ। ସୋନପୁର – ଡୁଙ୍ଗୁରିପାଲି, ମାର୍ଶାଘାଇ – ଜମ୍ବୁ, ବ୍ରହ୍ମପୁର ରିଙ୍ଗ ରୋଡ୍ ଓ କଟକର ଖାନନଗର ଠାରୁ ଲିଙ୍କ ରୋଡ୍ ପର୍ଯ୍ୟନ୍ତ ରିଙ୍ଗ ରୋଡର ୬ ଲେନିଂ ରାସ୍ତା ପ୍ରକଳ୍ପର ଏଥିରେ ସମୀକ୍ଷା ହେଇଛି ।

ପୂର୍ତ୍ତ ବିଭାଗ ପ୍ରକଳ୍ପ ଗୁଡିକର କ୍ୱାଲିଟି ଚେକିଂ ପାଇଁ ଆସିଛି ମୋବାଇଲ ଲାବ୍ରୋଟାରୀ ଇନପେକ୍ସନ ୟୁନିଟ । ମୋବାଇଲ ୟୁନିଟ ଭେଇକିଲକୁ ପତାକା ଦେଖାଇ ଶୁଭରମ୍ଭ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏଣିକି ରୋଡ଼, ବିଲଡିଂ କିମ୍ଭା କଂକ୍ରିଟ ରାସ୍ତାର କ୍ୱାଲିଟି ଚେକ ପାଇଁ ଆଉ ଅଧିକ ସମୟ ଅପଚୟ ହେବ ନାହିଁ । ଏହି ମୋବାଇଲ ୟୁନିଟରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଅଟୋମେଟିକ ଏବଂ ଡିଜିଟାଲ କଂକ୍ରିଟ ଟେଷ୍ଟ ହାମର, ନନ ନ୍ୟୁକ୍ଲିୟର ସଏଲ ଡେନ୍ସିଟି ଗଜ, ଡିଜିଟାଲ ରୋଡ୍ ମାର୍କିଂ ଥିକନେସ ଗଜ ଭଳି ୧୬ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ସେହି ମୋବାଇଲ ଭେଇକିଲରେ ରହିଛି । ଏହି ମୋବାଇଲ ୟୁନିଟ ପିଛା ୫ ବର୍ଷରେ ୪ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପାଇଲଟ ପ୍ରୋଜେକ୍ଟ ଭାବେ ଆଜି ଗୋଟିଏ ମୋବାଇଲ ଭ୍ୟାନର ଶୁଭାରମ୍ଭ ହୋଇଥିବା ବେଳେ ଆଗକୁ ଏହି ୟୁନିଟର ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer