Explore

Search
Close this search box.

Search

April 29, 2025 2:48 pm

ଅସୁରକ୍ଷିତ ଅବସ୍ଥାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ, ଖିଲେଇ 5T ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା ।

ବିପଦସଂଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟାଳୟ । ବାହାର ଚିକ ଚିକ୍ ଦିଶୁଛି , ହେଲେ ଭିତର ଦେଖିଲେ ଫମ୍ପା । ଏଭଳି ଅସୁରକ୍ଷିତ ଅବସ୍ଥାରେ ଜୀବନକୁ ପାଣି ଛଡାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଦେବଗଡ ଜିଲ୍ଲା ଖିଲେଇ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଖିଲେଇ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ କୋଠାରୀର ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି । ଉପଯୁକ୍ତ ରକ୍ଷଣାବେଷକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି ଶ୍ରେଣୀଗୃହର ଛାତ ଓ କାନ୍ଥ ।  ଆବଶ୍ୟକ ଶ୍ରେଣୀଗୃହର ଅଭାବ ଯୋଗୁଁ ଛାତ୍ରଛାତ୍ରୀ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି । ବର୍ଷାଦିନେ ଖପର ଭାଙ୍ଗିଯିବା ଦ୍ବାରା ଶ୍ରେଣୀ ଗୃହ ଗୁଡିକରେ ପାଣି ଗଳିବା ଫଳରେ ବିଭିନ୍ନ ସମୟରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ  ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ସ୍କୁଲ ବାରଣ୍ଡାର କାଠ କଡି ଭାଙ୍ଗିଯାଇଥିବା ବେଳେ ବାଉଁଶ ବାନ୍ଧି ତାକୁ ରଖାଯାଇଛି । ଉକ୍ତ ବିଦ୍ୟାଳୟର କୋଠା ବିପଦସଂଙ୍କୁଳ ଓ ଅସୁରକ୍ଷିତ ଅବସ୍ଥାରେ ରହିଥିବାବେଳେ ଛାତ୍ରଛାତ୍ରୀମାନେ ଜୀବନକୁ ପାଣି ଛଡାଇ ପାଠ ପଢୁଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ନା ଏଥିପ୍ରତି ନଜର ଅଛି ଜିଲ୍ଲାପ୍ରଶାସନର ନା ଅଛି ବ୍ଲକ ପ୍ରଶାସନର ।  ଶିକ୍ଷା ବିଭାଗର କତ୍ତୃପକ୍ଷ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି । ତୁରନ୍ତ ଉକ୍ତ କୋଠାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ମରାମତି କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ,ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷା ବିଭାଗ ପକ୍ଷରୁ ୧୯୮୩ ରେ ସ୍ଥାପିତ କରାଯାଇଥିଲା ଉକ୍ତ ବିଦ୍ୟାଳୟ। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୬୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।ଶ୍ରେଣୀଗୃହର ଅଭାବ ସାଙ୍ଗକୁ ଛାତ୍ରଛାତ୍ରୀମାନେ ଭଙ୍ଗା କୋଠରୀରେ ଅତ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ପାଠ ପଢୁଥିବା ଅଭିଯୋଗ ହେଉଛି। ସ୍କୁଲ ବରଣ୍ଡାର କାଠ କଡି ଭାଙ୍ଗିଯାଇଥିବା ବେଳେ ବାଉଁଶ ଭରଷାର ତାହା ଝୁଲି ରହିଛି। ବିଦ୍ୟାଳୟକୁ 5T ଯୋଜନାରେ  କାର୍ଯ୍ୟ କରାଯାଇଥିଲା। କିନ୍ତୁ ବିଡମ୍ବନା ଯେ , ଅତ୍ୟନ୍ତ ନିମ୍ନମାନ କାର୍ଯ୍ୟ ଯୋଗଁୁ ତାହା ବି ଅଳ୍ପ ଦିନରେ ନଷ୍ଟ ହେବାକୁ ବସିଲାଣି। କିଛିବର୍ଷ ପୂର୍ବେ ସ୍କୁଲର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ତାଙ୍କ ସହଯୋଗ ଓ ଉଦ୍ୟମ କ୍ରମେ ଆଇଓସିଏଲ ପକ୍ଷରୁ ଏକ ନୂତନ କୋଠା ନିର୍ମାଣ କରାଯାଇଥିଲା। ଯା ଫଳରେ ସ୍କୁଲର ଅସୁବିଧା କିଛିଟା ଦୂର ହୋଇଥିଲା।ତଥାପି ଶ୍ରେଣୀ ଗୃହର ଅଭାବ ଯୋଗୁଁ ଏପର୍ଯ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ପାଠପଢା ଚାଲିଛି।ଏନେଇ ଗ୍ରାମବାସୀ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଜଣାଇ ଆସୁଥିଲେ ମଧ୍ୟ   ଆଜି ପର୍ଯ୍ୟନ୍ତ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ବିପଦସଂଙ୍କୁଳ ଶ୍ରେଣୀ କୋଠରୀର ମରାମତି କରିବା ପାଇଁ ଖିଲେଇ ସରପଞ୍ଚ ଦୋଳଗୋବିନ୍ଦ ପ୍ରଧାନ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer