Explore

Search
Close this search box.

Search

May 22, 2025 8:48 am

ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ କାଳଚିପୁଡାଡ଼ିହି ଗ୍ରାମରେ ସୁଶାସନ ସପ୍ତାହ ପାଳନ ନିମନ୍ତେ ବ୍ଲକ ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ।

ଆଜି (୨୦ ତାରିଖ) ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ କାଳଚିପୁଡାଡ଼ିହି ଗ୍ରାମରେ ସୁଶାସନ ସପ୍ତାହ ପାଳନ ନିମନ୍ତେ ବ୍ଲକ ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତିଳେଇବଣି ଶ୍ରୀ ସୂର୍ଯ୍ୟକାନ୍ତ ବାରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଢୋଲପଡା  ସରପଞ୍ଚଙ୍କ ସମେତ ତିଲେଇବଣି ବ୍ଲକର ବିଭାଗୀୟ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ । ଏଥିରେ ସମସ୍ତ ଗ୍ରାମବାସୀଙ୍କୁ ନିସଙ୍କୋଚ ଭାବରେ ନିଜର  ଅସୁବିଧା ଓ ବଞ୍ଚିତ ଥିବା  ସୁବିଧା ସୁଯୋଗକୁ ଲିଖିତ ଭାବରେ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଥିଲା । ଏଥି ସହିତ ସରକାରଙ୍କ ନିର୍ଦ୍ଧେଶ କ୍ରମେ ନିର୍ଦ୍ଧାରିତ ହୋଇଥିବା ସୂଚୀ ମୁତାବକ  ଅଭିଯୋଗର ଶୁଣାଣି  କରା  ଯାଇଥିଲା । ବ୍ଲକର ସମସ୍ତ ବିଭାଗର ଅଧିକାରୀ ସେଥିରେ ଉପସ୍ଥିତରହି ନିଜ ବିଭାଗର ସୁବିଧା ସୁଯୋଗକୁ  ଗ୍ରାମବାସୀ କିପରି ପାଇପାରିବେ ତାହା ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ସେଥିମଧ୍ୟରେ  ପ୍ରଧାନମନ୍ତ୍ରୀ ଆବାସ  ଯୋଜନା ଆଧାର ଅପଡେଟ ସମ୍ପର୍କିତ କାର୍ଯ୍ୟ, ବିଭିନ୍ନ ଭତ୍ତା କିପରି ପାଇବେ, ସ୍ବଚ୍ଛ ଭରତ ମିସନକୁ ସଫଳ କରିବା, ଜଙ୍ଗଲ ଜମି ସୁରକ୍ଷା ଆଇନ, SHG ମା ମାନଙ୍କ ବିଭିନ୍ନ ସୁବିଧା ଆଦି ସମନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା ।
ଉକ୍ତ କର୍ମଶାଳାରେ ଜନସାଧାରଣ ସରକାରଙ୍କ ଠାରେ ଆସ୍ଥା ରଖି ନିଜ ନିଜର  ଅଭିଯୋଗ ଲିଖିତ ହିସାବରେ ଦେଇଥିଲେ । ଏଠାରେ ମୋଟ ୨୮ ଗୋଟି ଅଭିଯୋଗ ପ୍ରାପ୍ତ ହୋଇଥିଲା ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer