ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ୪ ଟି ଜିଲ୍ଲାକୁ ୟୋଲୋ ୱାର୍ଣିଂ ଦିଆଯାଇଛି ।
ୱେଲମାର୍କ ଲୋ-ପ୍ରେସର ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଏହା ଆସନ୍ତା ୧୨ ଘଣ୍ଟାରେ ଉତ୍ତର ଦିଗକୁ ଗତି କରି ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହା ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି କରିବ । ଫଳରେ ପବନର ଦିଗ ପରିବର୍ତ୍ତନ ହୋଇ ଦକ୍ଷିଣ ପୂର୍ବ ଦିଗରୁ ବାୟୁ ରାଜ୍ୟ ଭିତରକୁ ପ୍ରବାହିତ ହେଉଛି । ଯାହା ଆର୍ଦ୍ରତାପୂର୍ଣ୍ଣ ବାୟୁ ବଙ୍ଗପୋସାଗରରୁ ରାଜ୍ୟ ଭିତରକୁ ଆଣୁଛି । ଯେଉଁ କାରଣରୁ ଓଡ଼ିଶାରେ ବର୍ଷା ହେଉଛି । ଏଭଳି ସ୍ଥିତି ଆଗାମୀ କିଛିଦିନ ପର୍ଯ୍ୟନ୍ତ ଲାଗି ରହିବା ସହ ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତାକାଲି ଉପକୂଳ ଅଞ୍ଚଳ ସହ ଢେଙ୍କାନାଳ, ଯାଜପୁର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହା ପରେ ଆସନ୍ତା ୨୨ ତାରିଖ ପରେ ଆଉ ରାଜ୍ୟରେ ବିଶେଷ ବର୍ଷା ହେବାକୁ ନଥିବା ବେଳେ, ପାଗ କୋହଲା ରହିବ । ସମୁଦ୍ର ଭିତରେ ପବନ ରହିପାରେ ତେଣୁ ବନ୍ଦର ପାଇଁ ୩ ନମ୍ବର ବିପଦସଂକେତ ସତର୍କତା ଜାରି କରଯାଇଛି । ମତ୍ସ୍ୟଜୀବୀ ମାନଙ୍କ ପାଇଁ କୌଣସି ସତର୍କତା ଦିଆଯାଇନାହିଁ ।
