Explore

Search
Close this search box.

Search

April 28, 2025 11:29 am

ଆସନ୍ତା ୨୩ ତାରିଖ ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହେବ ୩୪ ତମ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।

ଆସନ୍ତା ୨୩ ତାରିଖ ଠାରୁ ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରେ ଆରମ୍ଭ ହେବାକୁ ଯାଉଛି ୩୪ ତମ ସର୍ବଭାରତୀୟ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ।

ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ଆଠୋଟି ସୁନାମଧନ୍ୟ କ୍ରିକେଟ ଟିମ୍ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି । ସେହି ଟିମ୍ ଗୁଡ଼ିକ ମଧ୍ୟରୁ Group A ରେ ହେଲେ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ଏସୋସିଏସନ, ୟୁନିଅନ ସ୍ପୋର୍ଟିଂ କଟକ , ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ ସମ୍ବଲପୁର ଓ  ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ । ସେହିପରି Group B ରେ ହେଲେ ବାମଣ୍ଡା କ୍ରିକେଟ କ୍ଳବ୍ ଦେବଗଡ, ସେରସା ରାଞ୍ଚି, ଯୁଭେନାଇଲ କଟକ ଓ ମେକାନ ଧାନବାଦ । ଆସନ୍ତା ୨୩ ତାରିଖ ଠାରୁ  ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୨୯ ତାରିଖ ଏହାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଆସନ୍ତା ୨୫ ତାରିଖ ଦିନ ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକ ବାମଣ୍ଡା କ୍ରିକେଟ କ୍ଲବ୍ ପକ୍ଷରୁ ଜଣାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer