ମହିଳା ମଗାଇଥିଲେ ଇଲେକ୍ଟ୍ରୋନିକ୍ସ ପାର୍ଟ , ହେଲେ ପାର୍ସଲ ରେ ଆସିଲା ଡ଼େଡ଼ବଡି (ମୃତଦେହ) । ଏମିତି ଆଶ୍ଚର୍ୟ୍ଯ ଚକିତ କଲାଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ୟେଡାଗୋଡ଼ି ଗାଁରେ ।
ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ୟେଡାଗଡି ଗାଁର ନାଗ ତୁଳସୀ ନାମକ ଜଣେ ମହିଳା ଘର ନିର୍ମାଣ କରୁଛନ୍ତି । 10 ବର୍ଷ ହେବ ତୁଳସୀଙ୍କ ସ୍ବାମୀ ନିଖୋଜ ଅଛନ୍ତି । ସ୍ବାମୀଙ୍କ ପତ୍ତା ମିଳୁନଥିବାରୁ ସେ ବାପା ମାଆଙ୍କ ସହ ରହିଆସୁଛନ୍ତି । ପରେ ସେ ଚିନ୍ତା କରିଥିଲେ ଏକ ଘର ନିର୍ମାଣ ପାଇଁ । ବାପା ମା’ଙ୍କ ଘର ଠାରୁ ଏକ କିଲୋମିଟର ଦୂରରେ ଏକ ଘର ନିର୍ମାଣ କାମ ଆରମ୍ଭ କରିଛନ୍ତି । ଘର ନିର୍ମାଣ ପାଇଁ ଲୋକଙ୍କ ଠାରୁ ସାହାଯ୍ୟ ଲୋଡିଥିଲେ । ଏଥିପାଇଁ ତାଙ୍କୁ ଲୋକେ ସାହାଯ୍ୟ କରୁଛନ୍ତି । ପୂର୍ବରୁ ତାଙ୍କୁ ଘର ନିର୍ମାଣ ପାଇଁ ଟାଇଲ୍ସ ପଠାଇଥିଲେ । ପରେ ସାହାଯ୍ୟ ପାଇଁ ଇଲୋଟ୍ରୋନିକ୍ସ ସାମଗ୍ରୀ ପଠାଇବେ ବୋଲି କହିଥିଲେ । ପୂର୍ବ ମେସେଜ ଅନୁସାରେ ଗତ ଗୁରୁବାର ଜଣେ ବ୍ୟକ୍ତି ମହିଳାଙ୍କ ନିର୍ମାଣଧିନ ଘରେ ପହଞ୍ଚିଥିଲା । ଏକ ପାର୍ସଲ ଛାଡି ଯାଇଥିଲା । ଯେତେବେଳେ ତୁଳସୀ ପାର୍ସଲଟି ଖୋଲିଥିଲେ । ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଇଲୋଟ୍ରୋନିକ୍ସ ଜିନିଷ ନୁହେଁ ପାର୍ସଲରେ ଥିଲା ଏକ ମୃତଦେହ ଆଉ ଏକ ଚିଠି । ଯେଉଁଥିରେ 1.30 କୋଟି ଦାବି କରାଯାଇଥିଲା । ଟଙ୍କାନ ମିଳିଲେ ପରିମାଣ ଭୟଙ୍କର ହେବ ବୋଲି ଚିଠିରେ ଲେଖାଥିଲା । ମୃତଦେହ ଦେଖି ପରିବାର ଲୋକେ ପୋଲିସକୁ ଏ ସମ୍ପର୍କରେ ଜଣାଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏଥିସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିଏ ଏହି ପାର୍ସଲ ପଠାଇଛି ? ଘଟଣା ପଛରେ କିଏ ଅଛି ? ଏହାର ତଦନ୍ତ ଜାରିରଖିଛି ପୋଲିସ ।
