ଜାନୁଆରୀ ମାସରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏହି ପର୍ଯ୍ୟାୟରେ ୨୦ ଲକ୍ଷ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ଏନେଇ ଆଜି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପ ମୂଖ୍ୟମନ୍ତ୍ରୀ କହିଛନ୍ତିଯେ , ପ୍ରତି ଘରେ ଘରେ ଅଙ୍ଗନବାଡ଼ି ଦିଦି ଓ ଆର.ଆଇ. ମାନେ ଯାଞ୍ଚ କରୁଛନ୍ତି । ଜାଗା ଜମି ପାଇଁ ଯାହା ସମସ୍ୟା ରହିଛି ତହାର ଯାଞ୍ଚ ପାଇଁ 30 ତାରିଖ ଟାର୍ଗେଟ ରଖାଯାଇଛି । ବିଭିନ୍ନ ସମସ୍ୟା ପାଇଁ ଯାଞ୍ଚ ପ୍ରକ୍ରିୟାରେ ସମୟ ଲାଗୁଛି । ଯାଞ୍ଚ ସରିଗଲେ ୨୦୨୫ ଜାନୁଆରୀ ମାସରେ ସୁଭଦ୍ରା ଯୋଜନା ଟଙ୍କା ମିଳିବ ।
