Explore

Search
Close this search box.

Search

April 28, 2025 4:47 am

୩୪ ତମ ସର୍ବ ଭାରତୀୟ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଘାଟିତ : ଜିଲ୍ଲା କ୍ରିକେଟ ସଙ୍ଘ ସୁନ୍ଦରଗଡ କୁ ପରାସ୍ତ କରି ୟୁନିୟନ ସ୍ପୋର୍ଟିଂ କଟକ ବିଜୟୀ।

୩୪ ତମ ସର୍ବ ଭାରତୀୟ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଘାଟିତ : ଜିଲ୍ଲା କ୍ରିକେଟ ସଙ୍ଘ ସୁନ୍ଦରଗଡ କୁ ପରାସ୍ତ କରି ୟୁନିୟନ ସ୍ପୋର୍ଟିଂ କଟକ ବିଜୟୀ।
ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ୩୪ ତମ ସର୍ବ ଭାରତୀୟ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଆଜିକାର ଉଦଘାଟନୀ ମ୍ୟାଚରେ ସୁନ୍ଦରଗଡ କ୍ରିକେଟ୍ କ୍ଲବ୍ କୁ ୮ ଉଇକେଟ ରେ ପରାସ୍ତ କରି ୟୁନିୟନ ସ୍ପୋର୍ଟିଂ କଟକ ଦଳ ବିଜୟୀ ହେଇଛି । ଆଜିର ମ୍ୟାଚରେ କଟକ ଦଳ ଟସ୍ ଜିତି ସୁନ୍ଦରଗଡ ଦଳ କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସୁନ୍ଦରଗଡ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୮ ଓଭର୍ ରେ ୭ ଟି ୱିକେଟ୍ ହରାଇ ୧୫୨ ରନ୍ କରିଥିଲା । ଦଳ ପକ୍ଷରୁ ପ୍ରିନ୍ସ କୁମାର ସିଂ ୪୮ ଓ ୱାଲଟର ଟୋପ ୩୬ ରନ ସଂଗ୍ରହ କରିଥିଲା ବେଳେ, କଟକ ଦଳର  ଜ୍ୟୋତି ରଞ୍ଜନ ଦଳାଇ ୩  ଏବଂ ତାପସ ରାଉତ ୨ ଟି  ୱିକେଟ୍ ନେଇଥିଲେ । ଏହାର ଜବାବ୍ ରେ କଟକ ଦଳ ବ୍ୟାଟିଂ କରି ୧୪ .୧ ଓଭର୍ ରେ ୨ ଟି ୱିକେଟ୍ ହରାଇ ୧୫୩ ରନ୍ କରି  ବିଜୟୀ ହୋଇଥିଲା। ଦଳ ପକ୍ଷରୁ  ଅପରାଜିତ ବିଶ୍ୱଜିତ ପ୍ରଧାନ ୭୨ ଓ ଅକ୍ଷୟ ସିଂ ୫୧ ରନ୍ ସଂଗ୍ରହ କରିଥିଲା ବେଳେ ସୁନ୍ଦରଗଡ ଦଳ ର ସୌଭାଗ୍ୟ ରାଉତ ୨ଟି  ୱିକେଟ୍ ନେଇଥିଲେ । କ୍ଲବ୍ ର ସଭାପତି  ପ୍ରଣବ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ଜିଲ୍ଲା ପରିଷଦ ଅଧକ୍ଷ କୌଶିକ କୁମାର ପ୍ରଧାନ , ଦେବଗଡ଼ ଏସ ପି ଅନିଲ କୁମାର ମିଶ୍ର ,ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, କ୍ରୀଡା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାଏକ , ବରିଷ୍ଠ କ୍ରିକେଟ ଖେଳାଳୀ ପ୍ରଦୀପ ମହାପାତ୍ର, କୋୖଳାସ ମୋଦି , ମନୋଜ ଶତପଥୀ , ପ୍ରଭାସ ମିଶ୍ର, ନବୀନ ପାଣି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରି । କ୍ଲବ୍ ର ଉପ ସଭାପତି ଅଶୋକ ନନ୍ଦଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ସମ୍ପାଦକ ସତ୍ୟ ନାରାୟଣ ପାଣି  ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ  ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିଲେ । ସେହିପରି ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ବେଣୁଧର ଗଡନାଇକ ଧାରାବିବରଣି ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍ରେ ଭଲ ଖେଳ ପଦର୍ଶନ ପାଇଁ କଟକ ଦଳର ବିଶ୍ୱଜିତ କୁମାର ପ୍ରଧାନ ଙ୍କୁ  ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । ଦେବଗଡ଼ର ପୂର୍ବତନ କ୍ରିକେଟ୍  କୈଳାଶ ମୋଦି , କାମାକ୍ଷା ଗଙ୍ଗଦେବ , ମନୋଜ ଶତପଥୀ ଯୋଗ ଦେଇ ବିଜୟୀ ଟିମ୍ କୁ ପୁରସ୍କାର ପ୍ରଦାନ କରିଥିଲେ । କ୍ଲବ୍ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଙ୍କ ସକ୍ରିୟ ସୋହଯୋଗ ରେ ଆଜିର କାର୍ଯକ୍ରମ ହୋଇଥିଲା।
ଆସନ୍ତା କାଲି ମ୍ୟାଚ ଇଷ୍ଟକସ୍ଟ ରେଲୱେ ଖୋର୍ଦ୍ଧା ବନାମ ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟକୁ ବହୁସଂଖ୍ୟାରେ ଦର୍ଶକ ଓ କ୍ରିକେଟ ପ୍ରେମୀ ଉପଭୋଗ କରିଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer