Explore

Search
Close this search box.

Search

April 28, 2025 11:41 am

ଉତ୍ସବ ପ୍ରଧାନପାଟ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜାନୁଆରୀ ୨୯ ରେ ଆରମ୍ଭ ହେବ ଉତ୍ସବ ପ୍ରଧାନପାଟ ।

ଉତ୍ସବ ପ୍ରଧାନପାଟ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।  ଜାନୁଆରୀ ୨୯ ରେ ଆରମ୍ଭ ହେବ ଉତ୍ସବ ପ୍ରଧାନପାଟ ।

ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଉତ୍ସବ  ପ୍ରଧାନପାଟ – ୨୦୨୫ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନପାଟ ସ୍ଥିତ ବଡ଼ବଗିଚା ଠାରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ଉତ୍ସବ ପ୍ରଧାନପାଟ ଅନୁଷ୍ଠିତ ହେବ । ଏହିଁ ଉତ୍ସବ ଜାନୁଆରୀ ୨୯ ରୁ ଆରମ୍ଭ ହୋଇ ଫେବୃଆରୀ ୨ରେ ଉଦଯାପିତ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି। ଉତ୍ସବ ପାଞ୍ଚଦିନ ଧରି ଅନୁଷ୍ଠିତ ହେବା ସହ ଜ଼ିଲ୍ଲାର ଲୋକ ନୃତ୍ୟ ଦଳ ଏବଂ ଅନ୍ୟ ରାଜ୍ୟର ଭିନ୍ନ ଭିନ୍ନ ଲୋକ ନୃତ୍ୟ ଜ଼ିଲ୍ଲାରେ ଥିବା ତିନି ବ୍ଲକର ସାଂସ୍କୃତିକ ଦଳ ଏଥିରେ ଅଂଶଗ୍ରହଣ କରିବେ।ଏହାସହିତ ପଲ୍ଲିଶ୍ରୀ ମେଳା,ପୁସ୍ତକ ମେଳା,ଖାଦ୍ୟ ମେଳା ଏବଂ ଜ଼ିଲ୍ଲାସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସୁପରିଚାଳନା ନିମନ୍ତେ ଭିନ୍ନଭିନ୍ନ ସବକମିଟି ମାନ ଗଠନ କରାଯାଇଛି। ବୈଠକରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ,ଜ଼ିଲ୍ଲାପରିଷଦ ସଭାପତି କୌଶିକ ପ୍ରଧାନ,ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ, ଏସ ପି  ଅନିଲ ମିଶ୍ର,ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ,ଉପଜ଼ିଲ୍ଲାପାଳ ପରୀକ୍ଷିତ ସାହୁ,ସହକାରୀ ଜ଼ିଲ୍ଲାପାଳ ହେମନ୍ତ ସିଂ, ତାପସ ମହନ୍ତ,ଜ଼ିଲ୍ଲା ସଂସୃତି ପରିଷଦର ସଦସ୍ୟ ମାନେ ଉପସ୍ଥିତ ରହି ନିଜର ମତ ରଖିଥିଲେ । ଚଳିତ ବର୍ଷ ଏହି ଜିଲ୍ଲାସ୍ତରୀୟ ଉତ୍ସବକୁ କିଭଳି ଅଧିକ ଆକର୍ଷଣୀୟ କରାଯାଇପାରିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯିବାକୁ ସର୍ବସମ୍ମତି କ୍ରମେ ଏଥିରେ ମତପ୍ରକାଶ ପାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer