୩୪ତମ ବମଣ୍ଡା କପ କ୍ରିକେଟ ୨୦୨୪ : ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ ସମ୍ବଲପୁର କୁ ପରାସ୍ତ କରି ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ବିଜୟୀ ।।
ଦେବଗଡ଼ : ସ୍ଥାନୀୟ ଇନ୍ଦିରଗାନ୍ଧି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୪ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର ଦ୍ଵିତୀୟ ଦିନ ମ୍ୟାଚ୍ ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ ସମ୍ବଲପୁର ଓ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ ରେ ଖୋର୍ଦ୍ଧା ଦଳ ୩୧ ରନରେ ସମ୍ବଲପୁର କୁ ପରାସ୍ତ କରି ବିଜୟୀ ହେଇଥିଲା । ଆଜିକାର ମ୍ୟାଚରେ ସମ୍ବଲପୁର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଖୋର୍ଦ୍ଧା କୁ ଆମନ୍ତ୍ରଣ କରିଥିଲା। ଖୋର୍ଦ୍ଧା ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର୍ ରେ ୮ଟି ୱିକେଟ୍ ହରାଇ ୧୯୨ ରନ୍ କରିଥିଲା । ଦଳ ପକ୍ଷରୁ ଗିରିଜା ରାଉତ ୫୬ , ଅଙ୍କିତ ଯାଦବ ଅପରାଜିତା ୪୪ ଓ ସୂର୍ଯ୍ୟ କାନ୍ତ ପ୍ରଧାନ ୩୧ ରନ ସଂଗ୍ରହ କରିଥିବା ବେଳେ ସମ୍ବଲପୁର ଦଳର ସିଧେଶ୍ୱର ବେହେରା ୩ ଓ ଦିନା ଦାସ ୨ ଟି ଉଇକେଟ ନେଇଥିଲେ । ଏହାର ଜବାବ୍ ରେ ସମ୍ବଲପୁର ଦଳ ବ୍ୟାଟିଂ କରି ୨୦ ଓଭର୍ ରେ ୬ଟି ୱିକେଟ୍ ହରାଇ ୧୬୧ ରନ୍ କରି ପରାସ୍ତ ହୋଇଥିଲା। ଦଳ ପକ୍ଷରୁ ଦିନା ଦାସ ୪୯ , ରିଷୀ ମେହେର ୪୫ ଓ ଅଜିତ ହୋତା ୩୫ ରନ୍ ସଂଗ୍ରହ କରିଥିଲା ବେଳେ ଖୋର୍ଦ୍ଧା ଦଳର ସମୀର ମହାନ୍ତି ୩ ଓ ମଳୟ ଜେନା ୨ ଟି ୱିକେଟ୍ ନେଇଥିଲେ ।ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ବେଣୁଧର ଗଡନାଏକ ଧାରାବିବରଣି ପ୍ରଦାନ କରିଥିଲେ ।।ଆଜିର ମ୍ୟାଚ୍ ରେ ଖୋର୍ଦ୍ଧା ଦଳର ସମୀର ମହାନ୍ତି ଙ୍କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । କ୍ଲବ୍ ର ସଭାପତି ପ୍ରଣବ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ଜିଲ୍ଲା ସରପଞ୍ଚ ସଙ୍ଘ ସମ୍ପାଦକ ପ୍ରକାଶ ଆଚାର୍ଯ୍ୟ ଓ ଦେବଗଡ଼ ପୋୖର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । କ୍ଲବର ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପ ସଭାପତି ଅଶୋକ ନନ୍ଦ , ସୁଜିତ ପ୍ରଧାନ , ମୋତିଲାଲ ଶର୍ମା, ସୁଶୀଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ମ୍ୟାଚ୍ ୟୁନିୟନ ସ୍ପୋର୍ଟିଂ କଟକ ବନାମ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । କ୍ଲବ୍ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଙ୍କ ସକ୍ରିୟ ସୋହଯୋଗ ରେ ଆଜିର ଖେଳ ଅନୁଷ୍ଠିତ ହୋଇଥିଲା।
