Explore

Search
Close this search box.

Search

June 21, 2025 4:45 am

ବାମଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେର୍ସା ରାଞ୍ଚି କୁ ପରାସ୍ତ କରି ବାମଣ୍ଡା କ୍ରିକେଟ କ୍ଲବ ଦେବଗଡ଼ ବିଜୟୀ।

ବାମଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେର୍ସା ରାଞ୍ଚି କୁ ପରାସ୍ତ କରି ବାମଣ୍ଡା କ୍ରିକେଟ କ୍ଲବ  ଦେବଗଡ଼ ୭ ଉଇକେଟ ରେ ବିଜୟୀ ।   

ଦେବଗଡ଼ (୨୬/୧୨)  ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୪ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର  ଗ୍ରୁପ ‘ବି’ ପ୍ରଥମ ମ୍ୟାଚ୍ ବାମଣ୍ଡା କ୍ରିକେଟ କ୍ଲବ  ଦେବଗଡ଼ ବନାମ ସେର୍ସା ରାଞ୍ଚି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଦେବଗଡ଼ ଦଳ ୭ ଉଇକେଟ ରେ ରାଞ୍ଚି ଦଳକୁ  ପରାସ୍ତ କରି  ବିଜୟୀ ହେଇଛି । ଆଜିକାର ମ୍ୟାଚରେ ରାଞ୍ଚି ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭର୍ ରୁ ୧୮ ଓଭର ରେ ସମସ୍ତ ୱିକେଟ୍ ହରାଇ ମାତ୍ର ୯୭ ରନ୍ କରିଥିଲା । ଦଳ ପକ୍ଷରୁ ରୋଶନ ଶର୍ମା ୨୦ ଓ ଅମନ କୁମାର ୧୯  ରନ ସଂଗ୍ରହ କରିଥିଲା ବେଳେ ଦେବଗଡ଼ ଦଳ ର  ଆଲୋକ ପାତ୍ର ୫ ଏବଂ ଏସ କେ ଏମ ନକୀବ ୨ ଟି ୱିକେଟ୍ ନେଇଥିଲେ । ଏହାର ଜବାବ ରେ ଦେବଗଡ଼ ଦଳ ବ୍ୟାଟିଂ କରି  ୧୪.୧ ଓଭର୍ ରେ ୩ଟି  ୱିକେଟ୍ ହରାଇ ୯୮ ରନ୍ କରି  ବିଜୟୀ ହୋଇଥିଲା। ଦଳ ପକ୍ଷରୁ ସିଦ୍ଧାର୍ଥ ନାୟକ ୫୨ ଓ ଶ୍ରୀୟାଂଶ ଆଚାର୍ଯ୍ୟ ଅପରାଜିତ ୩୨ ରନ୍ ସଂଗ୍ରହ କରିଥିଲା ବେଳେ ରାଞ୍ଚି ଦଳ ର  ଆରୀୟନ ରାଜ୍ ୨ ଟି ୱିକେଟ୍ ନେଇଥିଲେ । ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ  ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ  ରମାକାନ୍ତ ପ୍ରଧାନ , ବେଣୁଧର ଗଡନାଏକ ଧାରାବିବରଣି ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍ ରେ ଦେବଗଡ଼ ଦଳର ଆଲୋକ ପାତ୍ର ଙ୍କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା ।  ଦେବଗଡ଼ ବିଧାୟକ ରୋମଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ କୁ ଉଦଘାଟନ କରିବା ସହ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ଲବ୍ ର ଉପ ସଭାପତି ଅଶୋକ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର  ବିତରଣି ଉତ୍ସବ ରେ ବାରକୋଟ ବ୍ଳକ ଅଧକ୍ଷା ପୁଷ୍ପାଞ୍ଜଳି ପାତ୍ର ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। କ୍ଲବର ସମ୍ପାଦକ ସତ୍ୟ ନାରାୟଣ ପାଣି  ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା କାଲି ମ୍ୟାଚ୍ ମେକାନ ଧାନବାଦ ବନାମ ଯୁଭେନାଇଲ କଟକ ମଧ୍ୟରେ ଅନୁଷ୍ଠିତ ହେବ ।   କ୍ଲବ୍ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଙ୍କ ସକ୍ରିୟ ସୋହଯୋଗ ରେ ଆଜିର ଖେଳ ଅନୁଷ୍ଠିତ ହୋଇଥିଲା।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer