Explore

Search
Close this search box.

Search

April 28, 2025 4:20 am

ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜୁଭେନାଇଲ କଟକ କୁ ହରାଇ ମେକାନ ଧାନବାଦ ବିଜୟୀ।

ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ :  ଜୁଭେନାଇଲ କଟକ କୁ ହରାଇ ମେକାନ ଧାନବାଦ ବିଜୟୀ।
ଦେବଗଡ଼ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୪ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର ଗ୍ରୁପ ବି ର ଦ୍ଵିତୀୟ ଦିନ ମ୍ୟାଚ୍ ଜୁଭେନାଇଲ କଟକ ବନାମ ମେକାନ ଧାନବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିକାର ମ୍ୟାଚ୍ ରେ ଧାନବାଦ ଦଳ ୮ ଉଇକେଟ ରେ ଜୁଭେନାଇଲ କଟକ କୁ ପରାସ୍ତ କରି  ବିଜୟୀ ହୋଇଛି । କଟକ ଦଳ ଟସ୍ ଜିତି ପ୍ରଥମେ  ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର୍ ରେ ସମସ୍ତ ୱିକେଟ୍ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶାଶ୍ୱତ ମହାନ୍ତି ୪୪ , ଏମ ଡି ସାହିଲ ରାଜା ୨୬, ଓ ନୀତିଶ ସାମନ୍ତରାୟ ୨୪ରନ କରିଥିବା ବେଳେ ଧାନବାଦ ଦଳର  ବିକ୍ରମ ଯାଦବ ୪  ଓ ଅଭିଷେକ ମାହାତ ୨ ଟି  ୱିକେଟ ନେଇଥିଲେ। ଏହାର ଜବାବ ଧାନବାଦ ଦଳ ବ୍ୟାଟିଂ କରି ୧୭.୫ ଓଭର୍ ରେ ୨ଟି ୱିକେଟ୍ ହରାଇ ୧୬୧ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ  ଇସୁ ଆରୀୟନ ଅପରାଜିତ ୮୨ ଓ ମନୁ ସିଂହ ଅପରାଜିତ ୫୧ ରନ କରିଥିଲେ । କଟକ ଦଳର ରମେଶ ବେହେରା ଓ ପିୟୁସ ମନ୍ତ୍ରୀ ୧ ଲେଖାଏଁ ୱିକେଟ୍ ନେଇଥିଲେ । ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ  ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ରମାକାନ୍ତ ପ୍ରଧାନ , ବେଣୁଧର ଗଡନାଏକ ଧାରାବିବରଣି ପ୍ରଦାନ କରିଥିଲେ ।।ଆଜିର ମ୍ୟାଚ୍ ରେ ଧାନବାଦ  ଦଳ ର ଇଶୁ ଆରୀୟନ  କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା ।
କ୍ଲବ୍ ର ଉପ ସଭାପତି ଅଶୋକ ନନ୍ଦ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର  ବିତରଣି ଉତ୍ସବରେ  ତିଳେଇବଣି ବ୍ଳକ ଅଧକ୍ଷା ବୃନ୍ଦାବତୀ ଭୋଇ , ଉପାଧ୍ୟକ୍ଷା ଆରତୀ ପ୍ରଧାନ , ଯୋଗେଶ ପ୍ରଧାନ , ଭୋଲେଶ୍ୱର ପ୍ରଧାନ , ଉପାଧ୍ୟକ୍ଷ ପ୍ରଜିତ ଭୋଜ ପ୍ରମୁଖ  ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ ।  କ୍ଲବର ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ଅତିଥି ଙ୍କୁ କ୍ଳବ ପକ୍ଷରୁ ପୁଷ୍ପ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଆସନ୍ତା କାଲି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ବମଣ୍ଡା କ୍ରିକେଟ କ୍ଲବ ଦେବଗଡ଼ ବନାମ ମେକାନ ଧାନବାଦ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer