Explore

Search
Close this search box.

Search

April 28, 2025 4:19 am

ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମେକାନ ଧାନବାଦ ଫାଇନାଲ କୁ ପ୍ରବେଶ । ଆସନ୍ତା କାଲି ୨୯ ତାରିଖ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ ।

ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ :  ମେକାନ ଧାନବାଦ ଫାଇନାଲ କୁ ପ୍ରବେଶ । ଆସନ୍ତା କାଲି ୨୯ ତାରିଖ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ ।

ଦେବଗଡ଼ ୨୮/୧୨ : ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୪ ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍  ବାମଣ୍ଡା କ୍ରିକେଟ କ୍ଲବ ଦେବଗଡ଼ ବନାମ ମେକାନ ଧାନବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିକାର ମ୍ୟାଚ୍ ରେ  ଦେବଗଡ଼ କୁ ୧ ଉଇକେଟ ରେ  ପରାସ୍ତ କରି  ଧାନବାଦ ଦଳ ଫାଇନାଲ କୁ ପ୍ରବେଶ କରିଛି ।

ଦେବଗଡ଼ ଦଳ ଟସ୍ ଜିଟି  ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭର୍ ରେ ୭ ୱିକେଟ୍ ହରାଇ ୧୬୮ ରନ୍ କରିଥିଲା । ଦଳ ପକ୍ଷରୁ ଆଦର୍ଶ ଭଞ୍ଜ ୪୬ , ଶ୍ରେୟାନ୍ସ ଆଚାର୍ଯ୍ୟ ୩୯ , ଜିତେନ୍ଦ୍ର ବିଶ୍ୱାଳ ୨୪ , ସୌମ୍ୟ ଭଞ୍ଜ ୨୧ ଓ ଶକ୍ତି ବ୍ରତ ନାୟକ ୧୯   ରନ କରିଥିବା ବେଳେ ଧାନବାଦ ଦଳ ବିକ୍ରମ ଯାଦବ ୨ ଟି  ୱିକେଟ ନେଇଥିଲେ। ଏହାର ଜବାବ ରେ   ଧାନବାଦ ଦଳ  ବ୍ୟାଟିଂ କରି ୨୦ ଓଭର ରେ ୯ ଉଇକେଟ ହରାଇ ୧୬୯ ରନ କରି ବିଜୟୀ ହୋଇଥିଲେ ।  ଦଳ ପକ୍ଷରୁ  ମନୁ ସିଂହ ଅପରାଜିତ ୬୧ , କ୍ରିସ୍ନା କୁମାର ୨୮ ଓ ରାହୁଲ ମାହୋତ ୨୫ରନ କରିଥିଲା ବେଳେ ଦେବଗଡ଼ ଦଳର ଏସ  କେ ନକୀବ ୨ , ଆଲୋକ ପାତ୍ର ଓ ଲୀପୁ ନାୟକ ୧ ଲେଖାଏଁ ଉଇକେଟ ନେଇଥିଲେ ।
ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ  ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ବେଣୁଧର ଗଡନାଏକ ଓ ରମାକାନ୍ତ ପ୍ରଧାନ ଧାରାବିବରଣି ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଧାନବାଦ ଦଳର  ମନୁ ସିଂହ କୁ ମେନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । କ୍ଲବ୍ ର ସଭାପତି ପ୍ରଣବ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର  ବିତରଣି ଉତ୍ସବ ରେ   ଜିଲ୍ଲା ବିଜେଡି ସଭାପତି ଚିତ୍ତ ରଞ୍ଜନ ପ୍ରଧାନ ଓ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।  ଉପ ସଭାପତି ଅଶୋକ ନନ୍ଦଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ସମ୍ପାଦକ ସତ୍ୟ ନାରାୟଣ ପାଣି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଉପ ସଭାପତି ସୁଜିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜି ଖେଳ ଆରମ୍ଭ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ପାଇଁ  ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରିଆମାଳ ବ୍ଳକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଙ୍କ ସମେତ କ୍ଲବର କର୍ମକର୍ତ୍ତା, ସଦସ୍ୟ, ଖେଳାଳୀ , ଅମ୍ପାୟାର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଆତ୍ମା ର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ। ପରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଖେଳାଳୀ ମାନଙ୍କ ସହିତ ପରିଚିତ ହେବା ସହ ଖେଳର ଶୁଭାରମ୍ଭ କରିଥିଲେ ।

ଆସନ୍ତା କାଲି ଫାଇନାଲ ମ୍ୟାଚ ମେକାନ ଧାନବାଦ ବନାମ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହେବ  ।  କ୍ଲବ୍ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଙ୍କ ସକ୍ରିୟ ସୋହଯୋଗ ରେ ଆଜିର ଖେଳ ଅନୁଷ୍ଠିତ ହୋଇଥିଲା।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer