Explore

Search
Close this search box.

Search

April 28, 2025 4:20 am

ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମେକାନ ଧାନବାଦ କୁ ହରାଇ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ଚାମ୍ପିଅନ ।

ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ :  ମେକାନ ଧାନବାଦ କୁ ହରାଇ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ଚାମ୍ପିଅନ ।

ଦେବଗଡ଼ ୨୯/୧୨ :  ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ୩୪ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିକାର  ଫାଇନାଲ ମ୍ୟାଚ୍ ମେକାନ ଧାନବାଦ ବନାମ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା  ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିକାର ମ୍ୟାଚ୍ ରେ ଖୋର୍ଦ୍ଧା ଦଳ ୬୪ ରନରେ ଧାନବାଦ କୁ  ପରାସ୍ତ କରି ଚାମ୍ପିଅନ ହୋଇଛି ।

ଧାନବାଦ ଦଳ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଖୋର୍ଦ୍ଧା ଦଳକୁ ଆମନ୍ତ୍ରଣ କରିଥିଲା । ଖୋର୍ଦ୍ଧା ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ ରେ ୬ ୱିକେଟ୍ ହରାଇ ୨୩୩ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ  ନାଟରାଜ ବେହେରା ୧୦୨ , ସୂର୍ଯ୍ୟକାନ୍ତ ପ୍ରଧାନ ୬୦ ଓ ସୁପ ସୁମିତ ଭୂୟାଁ ୩୭    ରନ୍ ସଂଗ୍ରହ କରିଥିବା ବେଳେ, ଧାନବାଦ ଦଳର  ଅଭିଷେକ ମାହାତ ୨ଟି  ୱିକେଟ ନେଇଥିଲେ । ଏହାର ଜବାବ ରେ ଧାନବାଦ ଦଳ ବ୍ୟାଟିଂ କରି ୧୬.୪ ଓଭର୍ ରେ ସମସ୍ତ ୱିକେଟ୍ ହରାଇ  ୧୬୯ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ଇସୁ ଆର୍ୟନ ୧୩୪  ରନ୍ ସଂଗ୍ରହ କରିଥିଲା ବେଳେ ଖୋର୍ଦ୍ଧା ଦଳ ର  ସୂର୍ଯ୍ୟକାନ୍ତ ପ୍ରଧାନ ୪ ଓ ,ମଳୟ ଜେନା ୩ ଟି ୱିକେଟ୍ ନେଇଥିଲେ ।
ଆଜିର ମ୍ୟାଚ୍ କୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ  ଓ ସୌମ୍ୟ ଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ରୋମି ନାୟକ ଓ ରିତିକ୍ ଦେହୁରୀ ଏବଂ ରମାକାନ୍ତ ପ୍ରଧାନ  , ବେଣୁଧର ଗଡନାଏକ ଧାରାବିବରଣି ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍ ରେ ଭଲ ଖେଳ ପଦର୍ଶନ ପାଇଁ ଖୋର୍ଦ୍ଧା ଦଳର ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କୁ ମେନ୍ ଅଫ ଦି ମ୍ୟାଚ୍ , ଟୁର୍ଣ୍ଣାମେଣ୍ଟ  ବେଷ୍ଟ୍ ବୋଲୋର ଭାବେ ଦେବଗଡ଼ ଦଳ ର ଆଲୋକ ପାତ୍ର ,  ଧାନବାଦ ଦଳର ଈଶୁ ଆର୍ୟନ ଙ୍କୁ ଵେଷ୍ଟ୍ ବ୍ୟାଟସମ୍ୟାନ୍  , ବେଷ୍ଟ ଫିଲଡ଼ର ଦେବଗଡ଼ ଦଳର ସୌମ୍ୟ ଭଞ୍ଜ ଙ୍କୁ ବେଷ୍ଟ ଫିଲ୍ଡର  ଏବଂ ଖୋର୍ଦ୍ଧା ଦଳର ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କୁ  ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ଚମ୍ପିୟାନ ଖୋର୍ଦ୍ଧା ଦଳକୁ ଟ୍ରଫି ସହିତ ନଗଦ ,୫୦ ହାଜର ଅର୍ଥ ରାଶି ଏବଂ ଉପ ବିଜେତା ଧାନବାଦ ଦଳକୁ ଟ୍ରଫି ସହିତ ନଗଦ ୩୫ ହଜାର ଟଙ୍କା ପ୍ରଦାନ କରାଯାଇ ଥିଲା । କ୍ଲବ୍ ର ସଭାପତି  ପ୍ରଣବ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର  ବିତରଣି ଉତ୍ସବ ରେ   ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ , ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ ଭୋଜ , ନବୀନ କୁମାର ପାଣି , ପ୍ରଦୀପ ମହାପାତ୍ର ଓ ସୁଧୀର କୁମାର ବ୍ରହ୍ମା ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ ।
କ୍ଲବର ଉପ ସଭାପତି ଅଶୋକ ନନ୍ଦ ଙ୍କ ସଂଯଯୋନା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସଂପାଦକ ସତ୍ୟ ନାରାୟଣ ପାଣି ସ୍ବାଗତ ଭାଷଣ ଓ ଉପ ସଭାପତି ସୁଜିତ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।କ୍ଲବ୍ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଙ୍କ ସକ୍ରିୟ ସୋହଯୋଗ ରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer