ଚୀନରୁ ଭାରତକୁ ବ୍ୟାପିଲା ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’ (human metapneumo virus) ବା HMPV । କର୍ଣ୍ଣାଟକ ୨ ଓ ଗୁଜୁରାଟରୁ ଜଣେ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ ଜଣେ ୩ ମାସର ଶିଶୁ କନ୍ୟା ଓ ୮ ମାସର ଶିଶୁପୁତ୍ର ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଚିହ୍ନଟ କରିଛି । ଏହାପରେ ଅହମ୍ମଦାବାଦ ଜଣେ ଜଣେ ଶିଶୁ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଗୋଟିଏ ଦିନରେ ଭାରତରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡ ଭଳି ପୁଣିଥରେଏହି ଭାଇରସ ସାରାଦେଶରେ ଆତଙ୍କ ସୃଷ୍ଟି କରିଛି ।
ତେବେ ଆସନ୍ତୁ ଜାଣିବା HMPV ଭାଇରସ କ’ଣ ?
• ନୂଆ ଭାଇରସର ନାମ ହେଉଛି ହ୍ୟୁମାନ୍ ମେଟା ନ୍ୟୁମୋ ଭାଇରସ୍ (HMPV ) ।
• ଏହା ହେଉଛି ଏକ ଆର୍ଏସ୍ଏ ଭାଇରସ, ଏହା ସ୍ବାଇନ୍ ଫ୍ଲୁ ପରି ବ୍ୟାପିଥାଏ ।
• HMPV ର ଲକ୍ଷଣ ମଧ୍ଯ କରୋନା ମହାମାରୀ ଭଳି ।
• ଏହାର ଲକ୍ଷଣ ହେଉଛି କାଶ, ଜ୍ବର, ନାକ ସଂକ୍ରମଣ, ଗଳା ଯନ୍ତ୍ରଣା ଏବଂ ନିଶ୍ବାସ ନେବାରେ ସମସ୍ୟା ଦେଖାଇଦେଇଥାଏ ।
• ଦୁଇ ବର୍ଷରୁ କମ୍ ପିଲାମାନେ, ବୃଦ୍ଧ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିଥିବା ଲୋକେ ଏହାଦ୍ବାରା ଅଧୂକ ପ୍ରଭାବିତ ହୋଇଥାନ୍ତି ।
• ଆଜ୍ମା ଏବଂ ଫୁସଫୁସ ରୋଗୀଙ୍କଠାରେ ଏହି ସଂକ୍ରମଣ ଶୀଘ୍ର ବ୍ୟାପିଥାଏ ।
• ଏହି ଭାଇରସ କରୋନା ଅପେକ୍ଷା ଅଧୂକ ବିପଜ୍ଜନକ ବୋଲି କୁହାଯାଉଛି ।
• HMPV ଓ କୋଭିଡ-୧୯ ଭିତରେ ବହୁତ ସମାନ ଲକ୍ଷଣ ରହିଛି ।
• ଛୋଟ ପିଲା ଓ ବୟସ୍କଙ୍କ ପାଇଁ ମାରାତ୍ମକ ହୋଇପାରେ ।
• ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥୂବା ବ୍ୟକ୍ତିଙ୍କ ଠାରେ ଏହି ଭାଇରସ ଗମ୍ଭୀର ରୋଗର କାରଣ ହୋଇପାରେ ।
HMPV ଭାଇରସର ଲକ୍ଷଣ :
• ସାଧାରଣତଃ କାଶିବା, ଛିଙ୍କିବା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ଏହି ଭାଇରସ ବ୍ୟାପିଥାଏ ।
• HMPVର ଏରୋସୋଲ ସଂକ୍ରମଣ ଆଶଙ୍କା କମ୍ ଥୁଲେ ବି କାଶ, ଛିଙ୍କ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ମାତ୍ର କିଛିଦିନ ମଧ୍ୟରେ ସାରା ପରିବାରକୁ ସଂକ୍ରମିତ କରିଥାଏ ।
• HMPV ସଂକ୍ରମିତ ଜ୍ବର, କଫ, କାଶ, ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଭୋଗିଥାନ୍ତି ।
• ଚୀନର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ମୁତାବକ, HMPV ଭାଇରସ୍ ସାଧାରଣ ଥଣ୍ଡା ପରି ଲକ୍ଷଣ ସୃଷ୍ଟି କରେ ।
• ଛୋଟ ପିଲା, ବୃଦ୍ଧ ଏବଂ ଦୁର୍ବଳ ଇମ୍ୟୁନ୍ ସିଷ୍ଟମ୍ ଥୂବା ଲୋକ ଏହାର ସବୁଠାରୁ ବଡ଼ ଶିକାର ହୋଇପାରନ୍ତି ।
• ଏହା ନିମୋନିଆ ଏବଂ ବ୍ରୋଙ୍କିଓଲାଇଟିସ୍ ଭଳି ଗୁରୁତର ଶ୍ବାସରୋଗ ମଧ୍ଯ ସୃଷ୍ଟି କରିପାରେ ।
• ମୁଖ୍ୟତଃ ୨ ବର୍ଷରୁ କମ୍ ବୟସର ଶିଶୁ ସବୁଠାରୁ ଅଧୂକ ପ୍ରଭାବିତ ହୋଇଛନ୍ତି ।
• ସଂକ୍ରମିତ ରୋଗୀ କାଶିଲେ କିମ୍ବା ଛିଙ୍କିଲେ HMPV ଅନ୍ୟ ଜଣଙ୍କୁ ବ୍ୟାପିପାରେ ।
• ଜୀବାଣୁ ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କଲେ ମଧ୍ଯ ସଂକ୍ରମଣ ହେବାର ଆଶଙ୍କା ରହିଛି ।
ତେବେ “ଆମ ରାଜ୍ୟରେ ସେଭଳି ସଂକ୍ରମିତ କେହି ଚିହ୍ନଟ ହୋଇନାହାନ୍ତି ଏବଂ ଆବଶ୍ୟକ ପଡିଲେ ଟେଷ୍ଟିଂ ସେଣ୍ଟର୍ ବଢ଼ାଯିବ” ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
