Explore

Search
Close this search box.

Search

June 21, 2025 6:02 pm

ଦେବଗଡ : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜ଼ିଲ୍ଲା ପ୍ରଶାସନ ଦେବଗଡ଼ ଆନୁକୂଲ୍ୟରେ ଅନୁଷ୍ଠିତ ଦଶମ ଶ୍ରେଣୀ ମେଧାବୀ ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ତିନି ଦିନିଆ ଆବାସିକ ଶିକ୍ଷଣ ଶିବିର ଅମୋଘ ୨୦୨୫ ଉଦଯାପିତ।

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜ଼ିଲ୍ଲା ପ୍ରଶାସନ ଦେବଗଡ଼ ଆନୁକୂଲ୍ୟରେ ଅନୁଷ୍ଠିତ ହେଇଥିବା ଦଶମ ଶ୍ରେଣୀ ମେଧାବୀ ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ତିନି ଦିନିଆ ଆବାସିକ ଶିକ୍ଷଣ ଶିବିର ଅମୋଘ ୨୦୨୫ ଆଜି ଅପରାହ୍ନ ରେ ଉଦଯାପିତ ହୋଇଯାଇଅଛି।

ମେଧାବୀ ଆଧାରିଭୂତ ପରୀକ୍ଷଣ ମାଧ୍ୟମରେ ଚୟନ କରାଯାଇଥିବା ୫୧ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟ ରେ ଆଭାସୀ ମାଧ୍ୟମରେ ଓ ଦ୍ଵିତୀୟ ପର୍ଯ୍ୟାୟ ରେ ଆବାସିକ ମାଧ୍ୟମରେ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟ ପରିସରରେ ଉକ୍ତ  ଶିକ୍ଷଣ ଶିବିରର ଆୟୋଜନର ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟହ ସକାଳୁ ଯୋଗ ପ୍ରାଣାୟାମ ଠାରୁ ଆରମ୍ଭ କରି ଦିନ ତମାମ ୬ ଟି ପିରିୟଡ଼ ରେ ପ୍ରତି ବିଷୟକୁ ଆଧାର କରି ଶିକ୍ଷଣ ପ୍ରଦାନ କରା ଯାଉଥିଲା।ସେହିପରି ସାନ୍ଧ୍ୟ ଅଧିବେଶନରେ ପ୍ରେରଣାଦାୟୀ ଶିକ୍ଷା ଓ ତା ପରବର୍ତ୍ତୀ ଅଧିବେଶନ ରେ ଛାତ୍ର ଛାତ୍ରୀ ମାନଙ୍କ ର ସନ୍ଦେହ ମୋଚନ ର ବ୍ୟବସ୍ଥା କରାଯାଉଥିଲା। ଶିକ୍ଷଣ ଶିବିରର ଶେଷ ଅଧିବେଶନ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପରୀକ୍ଷଣ ର ବ୍ୟବସ୍ଥା କରାଯାଇ ଏହାର ମୂଲ୍ୟାୟନ କରି ଛାତ୍ର ଛାତ୍ରୀ ମାନଙ୍କ ଭୁଲ ତ୍ରୁଟିର ସଂଶୋଧନ କରାଯାଇଥିଲା। ଏଥି ନିମନ୍ତେ ଜ଼ିଲ୍ଲା ବିଭିନ୍ନ ବିଦ୍ୟାଳୟ ମାନଙ୍କ ରେ ଅଧ୍ୟାପନା କରୁଥିବା ୧୭ ଜଣ ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନିୟୋଜିତ କରାଯାଇଥିଲା।ଜ଼ିଲ୍ଲା ଶିକ୍ଷା ଅଧିକାରୀ ଡ଼.ରାଧାକାନ୍ତ ଗଡତିଆ ପ୍ରତ୍ୟକ୍ଷ ଭାବେ ଉକ୍ତ ଶିକ୍ଷଣ ଶିବିରରେ ଉପସ୍ଥିତ ରହି ସାଧନ କର୍ମୀମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟ ରେ ଆଲୋଚନା କରି ଆଗାମୀ ବୋର୍ଡ଼ ପରୀକ୍ଷା ରେ ଉକ୍ତ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ବିଶେଷ ସହାୟକ ହୋଇପାରିବ ସେଥି ପ୍ରତି ଗୁରୁତ୍ୱ ପ୍ରଦାନ କରିଥିଲେ। ଶିବିର ମଧ୍ୟରେ ଜ଼ିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦ ସିଂ ଓ ଶକୁନ୍ତଳା ଟେଟେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଜ଼ିଲ୍ଲା ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗଡତିଆ ଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ରେ ଏହି ଶିକ୍ଷଣ ଶିବିରକୁ ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷିକା ଇପ୍ସିତା ପଟ୍ଟନାୟକ, ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀ ସୌଭାଗ୍ୟ ପ୍ରଧାନ, ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଲି ଲାକ୍ରା, କାର୍ଯ୍ୟାଳୟ ସହାୟକ ଗୌରହରି ସାହୁ, ମନୋରଞ୍ଜନ ସାହୁ, ବିଳମ୍ବର ସ୍ୱାଇଁ ସହ ବିଦ୍ୟାଳୟ ସମସ୍ତ କର୍ମଚାରୀ ଶିବିର ରେ ଉପସ୍ଥିତ ରହି ଦାୟିତ୍ୱ ନିର୍ବାହ କରିଥିଲେ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer