Explore

Search
Close this search box.

Search

June 21, 2025 1:35 pm

ରାସ୍ତାରେ ଏକାକି ବୁଲୁଥିବା ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର । ଦେବଗଡ ଆଦର୍ଶ ଥାନାରେ ହସ୍ତାନ୍ତର କଲେ ଫାଉଣ୍ଡେସନ ସଦସ୍ୟ ।

ରାସ୍ତାରେ ଏକାକି ବୁଲୁଥିବା ଶିଶୁପୁତ୍ର ଉଦ୍ଧାର । ଦେବଗଡ ଥାନାରେ ହସ୍ତାନ୍ତର କଲେ ଫାଉଣ୍ଡେସନ ସଦସ୍ୟ ।

ଆଜି ଦେବଗଡ ସହର କାରଗିଲ ଛକ ରାସ୍ତାରେ ଗୋଟିଏ ୨/୩ ବର୍ଷର ଶିଶୁପୁତ୍ର ଏକାକି ବୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଦେବଗଡ ଆଦର୍ଶ ଥାନାରେ ହସ୍ତାନ୍ତର କରିଛନ୍ତି ଫାଉଣ୍ଡେସନ ସଦସ୍ୟ ମଳୟ ବାବୁ । ଶିଶୁପୁତ୍ର ଟି ନିଜ ନାମ କିମ୍ବା ଠିକଣା କହିପାରୁନଥିବା ବେଳେ , ରାସ୍ତାରେ ଏକାକୀ ବୁଲୁଥିବା ଦେଖି କାଳେ କୌଣସି ଦୁର୍ଘଟଣାର ଶୀକାର ହୋଇପାରେ ଆଶଙ୍କା କରି ମଳୟ ବାବୁ ଦେବଗଡ ଆଦର୍ଶ ଥାନାରେ ଶିଶୁପୁତ୍ର କୁ ଜିମା ଦେଇଛନ୍ତି । ଏହି ଶିଶୁପୁତ୍ର ର ପିତାମାତା କିମ୍ବା  କେହି ଏସଂପର୍କରେ ସୂଚନା ପାଇଲେ ତୁରନ୍ତ ଦେବଗଡ ଆଦର୍ଶ ଥାନା ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି । ଉଦ୍ଧାର ହୋଇଥିବା ଶିଶୁପୁତ୍ର ଟି ଦେବଗଡ ଆଦର୍ଶ ଥାନାରେ ସୁରକ୍ଷିତ ଅବସ୍ଥାରେ ଥିବା ଜଣାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer