Explore

Search
Close this search box.

Search

April 28, 2025 11:38 am

ଦେବଗଡ଼ : ମାଝିଚାଖୁଣ୍ଡାପାଳ ଗାଁରେ ମହାବୀର ମନ୍ଦିର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ।

ଆଜି ତା‐୧୬.୧.୨୦୨୫  ଦେବଗଡ଼ ଜିଲ୍ଲା  ବାରକୋଟ ବ୍ଲକ ମାଝୀଚାକୁଣ୍ଡାପାଳ ଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ମହାବୀର ହନୁମାନଙ୍କର ସୁଦୃଶ୍ୟ ମନ୍ଦିର ନିର୍ମାଣାର୍ଥେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | 

ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁ , ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ସାହୁ  ତଥା ଶ୍ରୀଯୁକ୍ତ ଭାଗୀରଥି ସାହୁ‐ ପରାମର୍ଶଦାତାଙ୍କ ପ୍ରତ୍ଯକ୍ଷ  ତତ୍ତ୍ବାବଧାନରେ ଭୂମିପୂଜନ ହୋଇଯାଇଛି | ଶ୍ରୀଯୁକ୍ତ ରମାଞ୍ଚଳ ପ୍ରଧାନ ଓ ସହଧର୍ମିଣୀ ଶ୍ରୀମତୀ ସଶ୍ମିତା ପ୍ରଧାନ ଏବଂ ଶ୍ରୀଯୁକ୍ତ ଗିରିଧାରୀ ସାହୁ ଓ ସହଧର୍ମିଣୀ ଶ୍ରୀମତୀ ନମିତା ସାହୁ  ଯଜ୍ଞକର୍ତ୍ତା କର୍ତ୍ତୀ ଭାବରେ ଯଜ୍ଞକାର୍ଯ୍ଯ ତୁଳାଇଥିଲେ | ଯଜ୍ଞକାର୍ଯ୍ଯ ପରିଚାଳନା କରିଥିଲେ ବିଶିଷ୍ଟ ପଣ୍ଡିତ ଶ୍ରୀଯୁକ୍ତ ମନୋରଂଜନ ଶତପଥି, ବିରଞ୍ଚି ନାରାୟଣ ନନ୍ଦ ଓ ଟୁକୁ ନନ୍ଦ | ଭୂମିପୂଜନ ନିମିତ୍ତ ଏକ ଅଖଣ୍ଡ ସଂକୀର୍ତ୍ତନ୍ୟ ଚାଲିଥିଲା | ମାଝିଚାକୁଣ୍ଡାପାଳ ସଂକୀର୍ତ୍ତନ୍ଯ ମଣ୍ଡଳୀ,ଭାଟସିଂହ ମହିଳା ଓ ପୁରୁଷ ସଂକୀର୍ତ୍ତନ୍ଯ ମଣ୍ଡଳୀ,ଜରିଚାକୁଣ୍ଡାପାଳ ସଂକୀର୍ତ୍ତନ୍ୟ ମଣ୍ଡଳୀ,ନୂଆ ଭାଟସିଂହ ଦୁଇଟି ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ,ସିମିଳିନାଳୀ ସଂକୀର୍ତ୍ତନ୍ଯ ମଣ୍ଡଳୀ ଓ କମାରନାଳୀ ସଂକୀର୍ତ୍ତନ୍ୟ ମଣ୍ଡଳୀ ଯୋଗ ଦେଇଥିଲେ | ସଂକୁର୍ତ୍ତନ୍ୟ ମଣ୍ଡଳୀ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ବୃନ୍ଦାବନ ପ୍ରଧାନ | ମାଝିଚାକୁଣ୍ଡାପାଳ ମହାବୀର କ୍ଲବର ୫୦ ଜଣ ସକ୍ରିୟ ସଭ୍ୟମାନଙ୍କ ସହ ଚୈତନ୍ୟ ପ୍ରଧାନ,ରବିନ୍ଦ୍ର ସାହୁ ,ଶ୍ରୀଯୁକ୍ତ ସୁଶୀଳ କୁମାର ଦେହୁରୀ ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ | ଏ ଅଞ୍ଚଳର ବହୁ ସଂଖ୍ୟକ ମହିଳା ଯୋଗ ଦେଇ ଯଜ୍ଞ ସ୍ଥଳରେ ଅଂଶଗ୍ରହଣ କରିଥିଲେ |  ମୋଟ ଉପରେ ଯଜ୍ଞସ୍ଥଳ ଲୋକାରଣ୍ୟ ହୋଇଯାଇଥିଲା | ସକାଳ ୯ ଘଟିକାରେ କଳସ ଆବାହନ ହୋଇଥିଲା ବେଳେ ୧୨ ଟା ୪୫ ସମୟରେ ହୋମ କାର୍ଯ୍ଯ ଆରମ୍ଭ ହୋଇ  ଅପରାହ୍ନ ୪ ଘଟିକାରେ ପୂର୍ଣ୍ଣାହୁତି ପଡ଼ିଥିଲା | ଅପରାହ୍ନ ୨ ଘଟିକା ସମୟରେ  ସମସ୍ତ ଭକ୍ତମାନେ ପ୍ରସାଦ ସେବନ କରିଥିଲେ | ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ,ଶ୍ରୀଯୁକ୍ତ ଚିତ୍ତରଂଜନ ପ୍ରଧାନ, ଶ୍ରୀଯୁକ୍ତ ଧରଣୀଧର ପ୍ରଧାନ ,ଶ୍ରୀମତୀ ନମିତା ମାଝୀ , ଶ୍ରୀଯୁକ୍ତ ଟିକେଶ୍ବର ସାହୁ ତଥା ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ |   ସର୍ବଶେଷରେ ଭକ୍ତମାନେ ପୁଷ୍ପାଞ୍ଜଳୀ ଦେଇଥିଲେ | ଯଜ୍ଞକାର୍ଯ୍ଯରେ ସହଯୋଗ କରିଥିବା ସମସ୍ତ ଭକ୍ତମାନଙ୍କୁ ଶ୍ରୀଯୁକ୍ତ ରବିନ୍ଦ୍ର ସାହୁ ଧନ୍ୟବାଦ ଜଣାଇଥିଲେ |

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer