ଆତଙ୍କ ଖେଳାଇଛି ଦନ୍ତା । ଗତ ଦୁଇଦିନ ପୂର୍ବରୁ ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ , ଆଜି ପୁଣି ଦନ୍ତା ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡ ଗୁରୁତର ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।
ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ସଂଘାପଷି ଗ୍ରାମରେ ପୁଣି ଦନ୍ତା ହାତୀ ଆତଙ୍କ । ଦନ୍ତାହାତୀ ଆକ୍ରମଣରେ ଆଜି ଜଣେ ଫରେଷ୍ଟ ଗାର୍ଡ ଗୁରୁତର ଆହତ ହେବା ସହିତ ଦନ୍ତା ଗାଁ ଭିତରକୁ ପ୍ରବେଶ କରି ଦୁଇଟି ଘର ସମ୍ପୂର୍ଣ ଭାଙ୍ଗି ନଷ୍ଟ କରିଦେଇଛି । ଗ୍ରାମ ନିକଟରୁ ଦନ୍ତା ହାତୀ କୁ ଘଉଡାଇବା ସମୟରେ ଫରେଷ୍ଟ ଗାର୍ଡ ଆକ୍ରମଣର ଶିକାର ହୋଇଛନ୍ତି । ଆହତ ଫରେଷ୍ଟ ଗାର୍ଡ ହେଲେ ନାରାୟଣ ସାହୁ ।ଫାରେଷ୍ଟ ଗାର୍ଡ ଜଣକ ଗୁରୁତର ଆହାତ ଅବସ୍ଥାରେ ଅନଗୁଳ ଜିଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ବନବିଭାଗ ତରଫରୁ ସୁଚନା ମିଳିଛି । ତାଙ୍କୁ ଆଜି ପରିବାର ଲୋକେ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଵା ସୁଚନା ମିଳିଛି । ସେହିପରି ବିଳମ୍ୱିତ ରାତିରେ ଗ୍ରାମରେ ଦୁଇ ଗୋଟି ଘର ଭାଙ୍ଗି ଦେଇଛି ଦନ୍ତାହାତୀ । ଗତ କିଛି ଦିନ ହେବ ଉକ୍ତ ଗ୍ରାମରେ ଦନ୍ତାହାତୀ ଉପଦ୍ରବ ଜାରି ରହିଥିବା ବେଳେ, ଗତ ୧୪ ତାରିଖ ଦିନ ସଂଘାପୋଶି ଗ୍ରାମରେ ଜଣେ ମହିଳା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ।
ବେସ୍ଏ କିଛିଦିନହେଲା ଏହି ଦନ୍ତାହାତୀ ସଂଘାପଶି ଓ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଦେବଗଡ ବନବିଭାଗ ଏଦିଗରେ ଦୃଢ଼ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
