ଆସନ୍ତା ୨୭ତାରିଖ ଠାରୁ ଦେବଗଡ ରାଜା ବାସୁଦେବ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ।ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ରାଜ୍ୟର ପ୍ରମୁଖ କବାଡି ଟିମ୍ ।
ଦେବଗଡ଼ ସେବା ସଂଘ ଓ ଜିଲ୍ଲା କ୍ରୀଡା ସଂସଦ ମିଳିତ ଆନୁକୂଲ୍ୟରେ ଆସନ୍ତା ୨୭ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ରାଜା ବାସୁଦେବ ହାଇସ୍କୁଲ ପଡ଼ିଆରେ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସମ୍ବଲପୁର, ଝାରସୁଗୁଡା, ଗଞ୍ଜାମ, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ, ଯାଜପୁର, କଟକ, ଭୁବନେଶ୍ଵର ଓ ଦେବଗଡ଼ ଆଦି ରାଜ୍ୟର ପ୍ରମୁଖ କବାଡି ଟିମ୍ ଅଂଶଗ୍ରହଣ କରିବେ । ଏହା ସହ ଜିଲ୍ଲାର ଗୋପିକିଶୋର କ୍ଲବ, ରାଧାମାଧବ କ୍ଲବ, ରାଜୀବ ଗାନ୍ଧି କ୍ଲବ, ରାଜପୁତ କ୍ଲବ, ଅପ୍ରାଇଜ ଶିକ୍ଷାନୁଷ୍ଠାନ, ରିଜର୍ଭ ପୁଲିସ, ଦୁଆଶୁଣି କ୍ଲବ, ରାଧାକୃଷ୍ଣ କ୍ଳବ ଓ ଶାସ୍ତ୍ରୀ କ୍ଲବ୍ ମଧ୍ୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅନ୍ତିମ ଦିନରେ ଫାଇନାଲ ମ୍ୟାଚ ପୂର୍ବରୁ ରାଉରକେଲା ଓ ସମ୍ବଲପୁର ମହିଳା ଦଳ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଖେଳାଯିବ ବୋଲି ସଭାପତି ଧର୍ମେନ୍ଦ୍ର ଦେବତା ଆଜି ସୂଚନା ଦେଇଛନ୍ତି ।
