ପ୍ରତିବର୍ଷ ଜାନୁଆରୀ ୨୪ ତାରିଖ ଦିନ ଜାତୀୟ ଶିଶୁ କନ୍ୟା ଦିବସ ଭାବେ ପାଳନ କରାଯାଏ । ସମାଜରେ ଝିଅ ମାନେ ସମ୍ମୁଖୀନ ହେଉଥିବା ନାନାଦି ସମସ୍ୟା ଓ ଲିଙ୍ଗଗତ ଅସମାନତା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏହା ୨୦୦୮ ମସିହାରୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଶିଶୁକନ୍ୟା ଦିବସ ଆରମ୍ଭ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ବାଳିକାମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପାଇଁ ଏକ ସୁସ୍ଥ ଏବଂ ନିରାପଦ ପରିବେଶ ସୃଷ୍ଟି ଉଦେଶ୍ୟରେ “ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଝିଅମାନଙ୍କୁ ସଶକ୍ତ କରିବାର ବାର୍ତ୍ତା ନେଇ ଜନସଚେତନତା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜାତୀୟ ଶିଶୁ କନ୍ୟା ଦିବସ-୨୦୨୫ ପାଳିତ ହୋଇଯାଇଛି I ଜିଲ୍ଲାପାଳ କବିନ୍ଦ୍ର ସାହୁଙ୍କ ନିର୍ଦେଶ କ୍ରମେ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ତତ୍ବାବଧାନରେ ଆଜି ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ “ବେଟୀ ବଚାଓ ବେଟୀ ପଢାଓ” ଯୋଜନାର ୧୦ ବର୍ଷ ପୁର୍ତି ପାଳନ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି I ସକାଳେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସ୍ଵେଛାସେବୀ ଅନୁଷ୍ଠାନ ସିଡିର ମିଳିତ ଆନୁକୁଲ୍ୟରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ପତାକା ଦେଖାଇ ବାଳିକା ମାନଙ୍କ ଏକ ସାଇକେଲ ରାଲିକୁ ଆରମ୍ଭ କରିଥିଲେ I ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶତାଧିକ ଛାତ୍ରୀ ନିଜ ନିଜ ସାଇକେଲରେ ବେଲୁନ ଓ ଶିଶୁ କନ୍ୟା ସୁରକ୍ଷା ସମ୍ପର୍କିତ ବିଭିନ୍ନ ବାର୍ତ୍ତା ବହନ କରିଥିବା ପ୍ଲାକାର୍ଡ ସହିତ ସ୍ଲୋଗାନ ଦେଇ ଦେବଗଡ କଲେଜର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ପହଞ୍ଚିଥିଲେ I
ଏହି ପ୍ରେକ୍ଷାଳୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ସ୍ବେଛାସେବୀ ଅନୁଷ୍ଠାନ , ସରକାରୀ କର୍ମଚାରୀଙ୍କ ଗହଣରେ ଜାତୀୟ ଶିଶୁ କନ୍ୟା ଦିବସ ଓ “ବେଟୀ ବଚାଓ ବେଟୀ ପଢାଓ” ଯୋଜନାର ୧୦ ବର୍ଷ ପୁର୍ତି ପାଳିତ ହୋଇଥିଲା I ଏହି ଅବସରରେରେ ମୁଖ୍ୟ ଅତିଥିଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଯୋଗଦେଇ ଝିଅମାନଙ୍କ ଜନ୍ମ ହାରକୁ ବଢେଇବା ତଥା ଲିଙ୍ଗଗତ ତାରତମ୍ୟକୁ ଦୁରେଇ ଦେଇ ଏକ ସମାନତା ଭିତିକ ସମାଜ ଗଠନ କରିବା ଆହ୍ଵାନ ଦେଇଥିଲେ I ଜିଲ୍ଲା ପରିଷଦ ଅଧକ୍ଷ୍ୟ କୌଶିକ ପ୍ରଧାନ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ ମିଶ୍ର , ପୌରପରିଷଦ ଅଧକ୍ଷ୍ୟା ଶାନ୍ତି ମଞ୍ଜରି ଦେଇ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତି ପ୍ରଧାନ , ସିଡବ୍ଲୁସି ଅଧକ୍ଷ୍ୟା ପିଙ୍କି ନନ୍ଦ , ଜୁଭେନାଇଲ ବୋର୍ଡ ସଦସ୍ୟା ଗାୟତ୍ରୀ ଦିବେଦୀ , ପ୍ରସାରଭାରତୀ ଦୂରଦର୍ଶନର ଜିଲ୍ଲା ପ୍ରତିନିଧି ସୁଜାତା ବେହେରା , ତିନି ବ୍ଲକର ସିଡିପିଓ ସୁପ୍ରଭା ମିଶ୍ର , ଲିଲୀ ପ୍ରଧାନ ଓ ବନ୍ଦିତା ରାଉତରାୟ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ଝିଅ ପିଲାମାନଙ୍କ ପାଇଁ ଅଭିଭାଷଣ ପ୍ରଦାନ କରିଥିଲେ I ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ଵାରା ପରିବେଷିତ ହୋଇଥିବା ଶିଶୁକନ୍ୟା ସୁରକ୍ଷା ସମ୍ପର୍କିତ ଦଳଗତ ନୃତ୍ୟ ଓ ନାଟକ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ବାଲ ଭାରତୀ ଇଂରାଜୀ ବିଦ୍ୟାଳୟ , ଡ୍ରିମ ଡ୍ୟାନ୍ସ ଏକାଡେମି ଦ୍ଵିତୀୟ , କୁଡୋ ମIର୍ସାଲ ଆର୍ଟ ଏକାଡେମି ତୃତୀୟ , ନୋଟIରୀ ଡେମ ଏକାଡେମି ଓ ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟ ଯୁଗ୍ମ ଭାବେ ଚତୁର୍ଥ ଓ ସିଡି ଅନୁଷ୍ଠାନ ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I ବିଚାରକ ଭାବେ ଯୋଗ ଦେଇଥିଲେ ଅଭିନେତା ସନ୍ତୋଷ ସାହୁ , ଉପେନ୍ଦ୍ର ଭଞ୍ଜ , ଅବନିକାନ୍ତ ମିଶ୍ର , ନାଟ୍ଯକାର କୁମୁଦ ଶତପଥି ଓ ମହିଳା ଆଇନଜୀବୀ ସରୋଜିନୀ ମିଶ୍ର I
ଗୁଜରାଟରେ ଅନୁଷ୍ଠିତ ହୋଇଥିବା ୧୫ତମ ଜାତୀୟ କୁଡୋ ଚ୍ଯାମ୍ପିୟନଶୀପରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିବା ଅମୀରା ବାରଳା , ଅଭ୍ୟା ଅଭିଗ୍ନା ସାହୁ , ସମୀକ୍ଷା ମୁଣ୍ଡା , ପ୍ରୀତି ସୁମନ , ରେଣୁ ଦାସ , ଖୁସି ମୁଣ୍ଡା, ବିଜୟଲକ୍ଷ୍ମୀ ଭଞ୍ଜ ଓ ସାଇ ସନ୍ଦିପ୍ତାଙ୍କୁ ମାନପତ୍ର ଓ ଉପଦୌକନ ସହ ସମ୍ବର୍ଦ୍ଧିତ କରଯାଇଥିଲା ।
