ବଦଳିଲା ଉତ୍ସବ ତାରିଖ । ଉତ୍ସବ ପ୍ରଧାନପାଟ ପାଇଁ ଧାର୍ଯ୍ୟ ଦିବସରେ ହୋଇଛି ପରିବର୍ତ୍ତନ । ଆସନ୍ତା ୨୯ ତାରିଖ ଦିନ ଆରମ୍ଭ ହେବାକୁ ଥିବା ଉତ୍ସବ ପ୍ରଧାନପାଟ ୨୦୨୫ କୁ ଆସନ୍ତା ଫେବୃଆରୀ ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ତେବେ କେଉଁ କାରଣ ପାଇଁ ଉତ୍ସବକୁ ଘୁଞ୍ଚାଇ ଦିଆଗଲା ତାହାର ସଠିକ କାରଣ କିଛି ଜଣା ପଡ଼ିନାହିଁ ।
ଉତ୍ସବ ପ୍ରଧାନପାଟ ୨୦୨୫ ପାଇଁ ପୁଣିଥରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର , ପୌରଧ୍ୟକ୍ଷା ଶାନ୍ତିମଞ୍ଜରି ଦେଇ , ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ସହମତି କ୍ରମେ ଏହି ଉତ୍ସବ ତାରିଖକୁ ପରିବର୍ତ୍ତନ କରାଯାଇଛି । ଆସନ୍ତା ଫେବୃଆରି ୧ ତାରିଖ ଦିନ ପ୍ରଧାନପାଟ ନିକଟସ୍ଥ ବଡବଗିଚା ଠାରେ ଏହି ଜିଲ୍ଲାସ୍ତରୀୟ ଉତ୍ସବ ଉଦଘାଟିତ ହେବ ଓ ଏହା ପାଞ୍ଚଦିନ ଧରି ଅନୁଷ୍ଠିତ ହେବ । ଆସନ୍ତା ଫେବୃଆରି ୫ ତାରିଖ ଦିନ ଏହି ଉତ୍ସବ ଉଦଯାପିତ ହେବ ।
ଚଳିତ ବର୍ଷ ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଲୋକନୃତ୍ୟ ଯେଗ ଦେଉଥିବା ବେଳେ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଳା , ପୁସ୍ତକ ମେଳା , ଖାଦ୍ୟ ମେଳା ଓ ବିଭିନ୍ନ ବିଭାଗ ପକ୍ଷରୁ ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରାଯାଇଛି ।
