Explore

Search
Close this search box.

Search

April 28, 2025 4:35 am

ମହା କୁମ୍ଭମେଳାରେ ସନ୍ଥ ହେଲେ ଚର୍ଚ୍ଚିତ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି ।

ସନ୍ଥ ହେଲେ ବଲିଉଡ ଅଭିନେତ୍ରୀ । ମହା କୁମ୍ଭମେଳାରେ ସନ୍ନ୍ୟାସ ନେଲେ ନବେ ଦଶକର ଗ୍ଲାମର ଗାର୍ଲ୍ ମମତା କୁଲକର୍ଣ୍ଣି। ସନାତନ ଧର୍ମ ପ୍ରଚାର ପ୍ରସାରରେ ନିଜକୁ ସମର୍ପିତ କରିଛନ୍ତି ମମତା ।
ନବେ ଦଶକରେ ଗ୍ଲାମାର ଦୁନିଆଁରେ ଚର୍ଚ୍ଚିତ ଚେହେଲା ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ଆଧ୍ୟାତ୍ମିକତା ରାସ୍ତାରେ ପାଦ ଥାପିଛନ୍ତି । ମମତା ସାଂସାରିକ ମୋହମାୟା ତ୍ୟାଗକରି ମାହାକୁମ୍ଭ ମେଳାରେ ସନ୍ନ୍ୟାସ ଗ୍ରହଣ କରିଛନ୍ତି । କିନ୍ନର ଆଖଡ଼ା ତାଙ୍କୁ ମହା ମଣ୍ଡଳେଶ୍ୱର ପଦବୀ ପ୍ରଦାନ କରିଛନ୍ତି ।
ଗତ ଶୁକ୍ରବାର ଦିନ ମମତା ପ୍ରୟାଗରାଜ ଠାରେ ଚାଲିଥିବା ମହା କୁମ୍ଭମେଳାରେ ପହଞ୍ଚି ସଙ୍ଗମ କୂଳରେ ଚୁଟି କାଟିବା ସହ ନିଜ ଓ ନିଜ ପରିବାରର ପିଣ୍ଡଦାନ କରିଥିଲେ । ଏହି ସମୟରେ ସେ ପବିତ୍ର ବୁଡ଼ ମଧ୍ୟ ପକାଇଥିଲେ । କିନ୍ନର ଆଖଡାରେ ତାଙ୍କର ପଟ୍ଟଭିଷେକ କରାଯାଇଛି । ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀନାରାୟଣ ତ୍ରିପାଠୀ ମମତା କୁଲକର୍ଣ୍ଣିଙ୍କୁ ଆଖଡ଼ାରେ ସାମିଲ କରିବା ପରେ ତାଙ୍କ ନାଁ ପରିବର୍ତ୍ତନ କରିଛନ୍ତି । ମମତା କୁଳକର୍ଣ୍ଣି ରୁ ଏବେ ସେ ହୋଇଯାଇଛନ୍ତି ମାଇ ମମତା ନନ୍ଦ ଗିରି । ମାତାଙ୍କୁ ଏବେ ବୃନ୍ଦାବନର ଏକ ଆଶ୍ରମ ଦାୟୀତ୍ବ ଦିଆଯିବ । ସେ ତାଙ୍କର ଅବଶିଷ୍ଟ ଜୀବନ ସନାତନ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସମର୍ପିତ କରିବେ ।
ଉତ୍ତରପ୍ରଦେଶ ପ୍ରୟାଗରାଜ ସ୍ଥିତ ମହାକୁମ୍ଭ ମେଳାରେ  ବଡବଡ ସାଧୁ ସନ୍ନ୍ୟାସୀଙ୍କ ଆଗମନ ଲାଗିରହିଛି। ବିଶ୍ବର କୋଣ ଅନୁକୋଣ ରୁ ସାଧୁସନ୍ଥ ମାନେ ଯୋଗ ଦେଇଛନ୍ତି । କୋଟିକୋଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ଲାଗିରହିଛି । ଏହା ମଧ୍ୟରେ ବଲିଉଡ ର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଳକର୍ଣ୍ଣି ସନ୍ଥ ହେବାର ଖବର ବେସ୍ ଚର୍ଚ୍ଚାରେ ରହିଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer