ଆଜି ପବିତ୍ର ଗଣତନ୍ତ୍ର ଦିବସ ଉପଲକ୍ଷେ ରିଆମାଳ ବ୍ଲକ ବନାକାଲ ପ୍ରାଥମିକ ବିଦ୍ୟାଳୟରେ ଲାୟନ୍ସ କ୍ଲବ ଏବଂ ଯୁବ ବିଜୁ ଜନତା ଦଳ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରି ଅନୁଷ୍ଠିତ ହୋଇଯାଇଛି ।
ଆଜି ସକାଳ ୯ ଟାରେ ରକ୍ତଦାନ ଶିବିର ଉଦଘାଟନ ହୋଇଥିବା ବେଳେ ଦିନ ପ୍ରାୟ ୩ ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ଅବସରରେ ୩୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଯୋଗଦେଇ ରକ୍ତଦାନ ଶିବିରର ଉଦଘାଟନ କରିଥିବା ବେଳେ ଆୟୋଜକ ଅନୁଷ୍ଠାନ ଏବଂ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱେଚ୍ଛାକୃତ ସମସ୍ତ ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନ କରି ବିଧାୟକ ସମ୍ବର୍ଦ୍ଧିତ କରିଥିଲେ ।
