ଦେବଗଡ ପୌରଧ୍ୟକ୍ଷା ଶାନ୍ତିମଞ୍ଜାରୀ ଦେଇ ବହିଷ୍କୃତ । ଓଡ଼ିଶା ମ୍ୟୁନିସିପାଲ ଏକ୍ଟ୍ ୧୯୫୦ ଧାରା ୫୩ ଅନୁଯାୟୀ ଦେବଗଡ ପୌର ପରିଷଦ ବିଜେଡ଼ି ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରାଯାଇଛି । ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଆଦେଶକ୍ରମେ ପୌରାଧ୍ୟକ୍ଷାଙ୍କୁ ପଦବୀରୁ ବହିଷ୍କୃତ କରାଯାଇଛି ।
ଉପରୋକ୍ତ ଧାରା ଅନୁଯାୟୀ ଧାରାବାହିକ ଭାବେ ମୁନିସିପାଲ ଆକ୍ଟ ଗୁଡିକୁ ଅବମାନନା କରି ଆସୁଥିବା ଅଭିଯୋଗରେ ପୌରଧ୍ୟାକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କୁ ସରକାର ଗତ ନଭେମ୍ବର ମାସ ୧୧ ତାରିଖ ଦିନ କାରଣ ଦର୍ଶାଇବା ପାଇଁ ନୋଟିସ ଜlରି କରିଥିଲେ । ଶାନ୍ତିମଞ୍ଜରୀ ଦେଇ ଏହି ନୋଟିସକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । କିନ୍ତୁ ମାନ୍ୟବର ହାଇକୋର୍ଟ ଗତ ଡିସେମ୍ବର ୧୧ ତାରିଖ ଦିନ ତାଙ୍କ ଆବେଦନକୁ ଖାରଜ କରିଦେବା ସହ ୭ ଦିନ ମଧ୍ୟରେ ନିଜ ଜବାବ ଦlଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ , ପୌରାଧ୍ୟକ୍ଷା ଡିସେମ୍ବର ୧୭ ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ । ଏହାପରେ ମଧ୍ୟ “ନାଚୁରାଲ ଜଷ୍ଟିସ” ଦୃଷ୍ଟିରୁ ଗତ ତା ୨୫ ତାରିଖ ଦିନ ଗୃହ ଓ ନଗରଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ପୌରାଧ୍ୟକ୍ଷାଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲା । ମାତ୍ର , ପୌରାଧ୍ୟକ୍ଷାଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ତାଙ୍କୁ ତାଙ୍କ ପଦବୀରୁ ଗତ ୨୮ ତାରିଖ ଦିନଠାରୁ ବହିଷ୍କାର କରାଯାଇଛି।
