Explore

Search
Close this search box.

Search

June 21, 2025 1:51 pm

ବଦଳିଲେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷ । ପୂର୍ବତନ ପୌର ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ବହିଷ୍କାର ପରେ ପୌରଧ୍ୟକ୍ଷ ଭାବେ ଦାୟୀତ୍ବ ଗ୍ରହଣ କଲେ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ।

ବଦଳିଲେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷ। ଓଡ଼ିଶା ମ୍ୟୁନିସିପାଲଟି ୧୯୫୦ ନିୟମ ଉଲଙ୍ଘନ ଅଭିଯୋଗ କ୍ରମେ ଦେବଗଡ ପୌର ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ନିଜ ପଦବୀରୁ ବହିଷ୍କାର ହେବାପରେ ଆଜି ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ମ୍ୟୁନିସିପାଲଟି ଏକ୍ଟ୧୯୫୦ ଧାରା ୮୯ ଅନୁଯାୟୀ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ ପୌର କାର୍ଯ୍ୟାଳୟର ପୌର ଅଧ୍ୟକ୍ଷ ଦାୟୀତ୍ବ ଗ୍ରହଣ କରିଛନ୍ତି । ନବନିଯୁକ୍ତ ପୌର ଅଧ୍ୟକ୍ଷ ଶ୍ରୀ ଭୋଜ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ ,  ଓଡ଼ିଶା ମ୍ୟୁନିସିପାଲ ଏକ୍ଟ୍ ୧୯୫୦ ଧାରା ୫୩ ଅନୁଯାୟୀ ଦେବଗଡ ପୌର ପରିଷଦ ବିଜେଡ଼ି ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କୁ ଗତ ୨୮ ତାରିଖ ଦିନ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଆଦେଶକ୍ରମେ ତାଙ୍କ ପଦବୀରୁ ବହିସ୍କାର କରାଯାଇଥିଲା । ପୌର ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ବାରମ୍ବାର ମ୍ୟୁନିସିପାଲଟି ଏକ୍ଟ ଗୁଡିକୁ ଅବମାନନା କରି ବିଭିନ୍ନ ଦୁର୍ନୀତି ମୂଳକ କାର୍ଯ୍ୟରେ ଲିପ୍ତଥିବା  ଅଭିଯୋଗ ହୋଇଥିଲା । ଏସଂକ୍ରାନ୍ତରେ ସରକାରଙ୍କ ଗୃହ ଓ  ନଗର ଉନ୍ନୟନ ବିଭାଗ ଗତ ନଭେମ୍ବର ମାସ ୧୧ ତାରିଖ ଦିନ ତାଙ୍କୁ କାରଣ ଦର୍ଶାଇବା ପାଇଁ ନୋଟିସ ଜlରି କରିଥିଲେ । ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ଏହି ନୋଟିସକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । କିନ୍ତୁ ମାନ୍ୟବର ହାଇକୋର୍ଟ ଗତ ଡିସେମ୍ବର ୧୧ ତାରିଖ ଦିନ ତାଙ୍କ ଆବେଦନକୁ ଖାରଜ କରିଦେବା ସହ  ୭ ଦିନ ମଧ୍ୟରେ ନିଜ ଜବାବ ଦlଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ , ପୌରାଧ୍ୟକ୍ଷା ଡିସେମ୍ବର ୧୭ ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ । ଏହାପରେ ମଧ୍ୟ “ନାଚୁରାଲ ଜଷ୍ଟିସ” ଦୃଷ୍ଟିରୁ ଗତ ତା ୨୫ ତାରିଖ ଦିନ  ଗୃହ ଓ ନଗର ଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ପୌରାଧ୍ୟକ୍ଷାଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲା ।  ମାତ୍ର , ପୌରାଧ୍ୟକ୍ଷାଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ତାଙ୍କୁ ତାଙ୍କ ପଦବୀରୁ ଗତ ୨୮ ତାରିଖ ଦିନ ବହିଷ୍କାର କରାଯାଇଥିଲା।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer