Explore

Search
Close this search box.

Search

June 21, 2025 2:00 pm

ଫିକା ପଡ଼ିଲା ଉତ୍ସବ ପ୍ରଧାନପାଟ : ନିମ୍ନମାନର କାର୍ଯ୍ୟକ୍ରମ ପରିବେଷଣ ନେଇ ଦର୍ଶକ ନିରାଶ ।

ଫିକା ପଡ଼ିଲା ଉତ୍ସବ ପ୍ରଧାନପାଟ। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟକ୍ରମ ପରିବେଷଣ ବହୁ ଦର୍ଶକ ଙ୍କୁ ନିରାଶ କରିଥିବା ବେଳେ , ଏହି ଲୋକ ମହୋତ୍ସବରେ ଲୋକକଳା  ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦିଆନଯାଇ କେବଳ କିଛି ସଙ୍ଗୀତକାରଙ୍କୁ ସାମିଲ କରି ‘ ମେଲୋଡି ‘ ମାଧ୍ୟମରେ କାମଚଳା ଭାବେ ଉତ୍ସବ ପାଳନ କରାଯାଉଥିବା ବହୁ ସଂଖ୍ୟାରେ ଦର୍ଶକ ଓ ସ୍ଥାନୀୟ କଳାକାରଙ୍କୁ ବ୍ୟଥିତ କରିଛି ।

ଚଳିତ ଫେବୃଆରୀ  ମାସ ୧ ତାରିଖ ଠାରୁ ଜିଲ୍ଲା ସଂସ୍କୃତି ପରିଷଦ ଓ ରାଜ୍ୟ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରଧାନପାଟ ବଡବଗିଚା ଠାରେ ଅନୁଷ୍ଠିତ ହେଉଛି ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ  ‘ଉତ୍ସବ ପ୍ରଧାନପାଟ’। ମାତ୍ର ଚଳିତ ବର୍ଷ ଏହି ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ପୂର୍ବବର୍ଷ ତୁଳନାରେ ଯଥେଷ୍ଟ ଫିକା ପଡ଼ିଥିବା ଦର୍ଶକଙ୍କ ମହଲରେ ଆଲୋଚ୍ୟ ବିଷୟ ହୋଇଛି । ଏହି ଲୋକ ମହୋତ୍ସବରେ ଲୋକକଳା ସଂସ୍କୃତି ଓ ଲୋକ ପରମ୍ପରା କୁ ପ୍ରାଧାନ୍ୟ ଦିଆନଯାଇ କେବଳ କିଛି ସଙ୍ଗୀତକାର ଙ୍କୁ ଡକାଇ ସେମାନଙ୍କ ଦ୍ୱାରା  ‘ମେଲୋଡି ‘ କାର୍ଯ୍ୟକ୍ରମ କରାଯାଉଥିବା ବହୁ ଦର୍ଶକଙ୍କୁ ନିରାଶ କରିଛି ।

ଜିଲ୍ଲାର ଲୋକକଳା ସଂସ୍କୃତି ଓ ଲୋକ ପରମ୍ପରାକୁ ସୁଦୂର ପ୍ରସାରି କରିବା , ସ୍ଥାନୀୟ କଳାକାରଙ୍କୁ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ ପାଇଁ ଏକ ଜିଲ୍ଲାସ୍ତରୀୟ ମଞ୍ଚ ପ୍ରଦାନ କରିବା ସହ ରାଜ୍ୟ ଓ ରାଜ୍ୟ ବାହାର ସୁନାମଧନ୍ୟ କଳାକାରଙ୍କୁ ଆମନ୍ତ୍ରିତ କରି ସେମାନଙ୍କ ମାଧ୍ୟମରେ ସ୍ଥାନୀୟ ଲୋକକଳା ସଂସ୍କୃତିର ଆଦାନ ପ୍ରଦାନ କରିବା , ବିଶେଷ କରି ଏହି ଅଞ୍ଚଳର ସଂସ୍କୃତି, ଐତିହ୍ୟ, ଏବଂ ଲୋକପରମ୍ପରା ଗୁଡ଼ିକୁ ଉଜାଗର କରିବା ଆଦି ମହତ୍ ଲକ୍ଷରେ ୧୯୯୬ ମସିହାରେ ତତ୍କାଳୀନ ଜିଲ୍ଲାପାଳ ମନୋଜ ଆହୁଜା ପ୍ରଧାନପାଟ ଜଳପ୍ରପାତର ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ କରିଥିଲେ ଉତ୍ସବ ପ୍ରଧାନପାଟ । ପ୍ରାରମ୍ଭରେ ଏହି ଉତ୍ସବ ଥିଲା ଅତ୍ୟନ୍ତ ଉଚ୍ଚକୋଟିର । ଦେବଗଡ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଖ୍ୟାତନାମା କଳାକାରଙ୍କ ଅଭୂତପୂର୍ବ ସମାଗମ ଏଠାରେ ପରିଲକ୍ଷିତ ହୋଇଥିଲା । ସେମାନଙ୍କ  କଳା ନୈପୁଣ୍ୟ ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଥିଲା । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ହେଲା , ଏହି ଲୋକମହୋତ୍ସବ ବର୍ତ୍ତମାନ ନିଜ ମୂଳଲକ୍ଷ ଓ ଆଭିମୁଖ୍ୟରୁ ଦୂରେଇ ଯାଇଛି । ବର୍ତ୍ତମାନ ଏହି ଲୋକ ମହୋତ୍ସବରେ ପୂର୍ବଭଳି କଳାକାରଙ୍କ ସମାଗମ ପରିଲକ୍ଷିତ ହେଉନାହିଁ ।ବର୍ତ୍ତମାନ ଏହି ଲୋକମହୋତ୍ସବ ପୂର୍ବ ତୁଳନାରେ ଅଧିକ ବ୍ୟୟବହୁଳ ହୋଇଥିବା ସତ୍ତ୍ଵେ ଏହା କେବଳ ଏକ  ‘ମେଲୋଡି କେନ୍ଦ୍ରିକ’ ହୋଇଯାଇଥିବା ଓ କିଛି ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer