ଦେବଗଡ଼ ପୌରାଞ୍ଚଳ ରେ ଥିବା ଜିଲ୍ଲାର ସର୍ବ ପୁରାତନ ଗୋକର୍ଣ୍ଣେଶ୍ଵର ମନ୍ଦିରରେ ମହାଶିବରାତ୍ରି ପ୍ରସ୍ତୁତି ଓ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ଦିରର ଆୟ ବ୍ୟୟର ହିସାବ ଏବଂ ମହାଶିବରାତ୍ରୀର ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପରେ ମନ୍ଦିରର ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ଦାଶଙ୍କ ତତ୍ତ୍ବାବଧାନରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସୁବାସ ଚନ୍ଦ୍ର ଦାଶ ସଭାପତି, ଅନିଲ କୁମାର ପାଣି ସମ୍ପାଦକ ଓ ସନ୍ତୋଷ ଦ୍ବିବେଦୀଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହି ଅବସରରେ ଆଗାମୀ ମହାଶିବରାତ୍ରି ପାଳନ ଓ ମନ୍ଦିର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମନ୍ଦିର କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
