Explore

Search
Close this search box.

Search

April 28, 2025 11:32 am

ରାଜ୍ୟର ୩୧୪ ବ୍ଲକରେ ନିର୍ମାଣ ହେବ ବ୍ଲକସ୍ତରୀୟ ଷ୍ଟାଡ଼ିୟମ , ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟର ୩୧୪ ଟି ବ୍ଲକରେ ନିର୍ମାଣ ହେବ ବ୍ଲକସ୍ତରୀୟ ଷ୍ଟାଡ଼ିୟମ । ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟର ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେଥିପାଇଁ ୩୧୪ ଟି ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ କରିବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ପର୍ଯ୍ୟାୟ କ୍ରମେ ୫ ବର୍ଷ ପାଇଁ ୪୧୨୪ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି । ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡ଼ିୟମ ୮ ରୁ ୧୦ ଏକର ଜମିରେ ନିର୍ମାଣ ହେବ । ବ୍ଲକ ମୁଖ୍ୟାଳୟ କିମ୍ବା ଏହା ଉପକଣ୍ଠରେ ଥିବା ସରକାରୀ ଜମିକୁ ଏଥିପାଇଁ ବ୍ୟବହାର କରାଯିବ । ଆବଶ୍ୟକ ସ୍ଥଳେ ବେସରକାରୀ ଜମି ମଧ୍ୟ ସରକାର କିଣିବେ । ଏଥିରେ ଫୁଟବଲ କିମ୍ୱା କ୍ରିକେଟ ପଡ଼ିଆ, ଥ୍ରୋ ଓ ଜମ୍ପ ଫିଲ୍ଡ ସହିତ ଆଥଲେଟିକ ଟ୍ରାକ, ଭଲିବଲ, ଖୋଖୋ, କବାଡ଼ି କୋର୍ଟ, ବ୍ୟାଡମିଣ୍ଟନ, ଓ ଟେବୁଲ ଟେନିସ ଆଦି ଖେଳର ସୁବିଧା ସହିତ ଇଣ୍ଡୋର ହଲ ମଧ୍ୟ ନିର୍ମାଣ କରାଯିବା ବ୍ୟବସ୍ଥା ରହିଛି । ଏତଦ୍ୱାରା ବ୍ଲକ ସ୍ତରରେ କ୍ରୀଡା ଭିତ୍ତିଭୂମିର ବିକାଶ ହେବା ସଙ୍ଗେସଙ୍ଗେ କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer