Explore

Search
Close this search box.

Search

April 28, 2025 10:04 am

ଦେବଗଡ : ବାରକୋଟ ବ୍ଲକରେ ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ।

ଆଜି ସୋମବାର ଦେବଗଡ଼ ଜ଼ିଲ୍ଲା ବାରକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଲୋକଙ୍କ ମୋଟ ୨୧ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉପରୋକ୍ତ ଅଭିଯୋଗ ଗୁଡ଼ିକ ମଧ୍ୟରେ ୧୯ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ, ୨ଟି ଅଭିଯୋଗ ସାମୁହିକ ହୋଇଥିବା ଜଣାପଡିଛି । ବିଶେଷ କରି ସଇଡା ଅଙ୍ଗନବାଡି ସେଣ୍ଟରର ସମସ୍ୟା, ବିବାହ କାଳୀନ ସହାୟତା, କମ୍ୟୁନିଟି ସେଣ୍ଟର, ଛାତ୍ର ଛାତ୍ରୀ ଅଭାବରୁ ବନ୍ଦ ହୋଇଥିବା ବିଦ୍ୟାଳୟ ପୁନଃ କାର୍ଯ୍ୟକ୍ଷମ, ବିଦ୍ୟୁତ ସମସ୍ୟା, ଏନ ଏଚ ୪୯ ପ୍ରଶସ୍ତିକରଣ ବେଳେ ଜମିର କ୍ଷତିପୂରଣ ଆଦି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଶିବିରରେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ କୁମାର ଚପରଦାର , ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ବାରକୋଟ ତହସିଲଦାର ରବୀନ୍ଦ୍ର କୁମାର ନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer