Explore

Search
Close this search box.

Search

April 29, 2025 2:40 pm

ଦେବଗଡ ପୌର କାର୍ଯ୍ୟାଳୟରେ ପ୍ରଥମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

ଦେବଗଡ ପୌର କାର୍ଯ୍ୟାଳୟରେ ପ୍ରଥମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭାରପ୍ରାପ୍ତ ନଗରପାଳ ପ୍ରଜିତ୍ କୁମାର ଭୋଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ବିଭିନ୍ନ ୱାର୍ଡ ର ୬୦ ଟି ଅଭିଯୋଗ ହସ୍ତଗତ ହୋଇଥିବା ବେଳେ ସେଥିମଧ୍ୟରୁ ୨୦ ଟି ଅଭିଯୋଗର ସମାଧାନ ହୋଇଥିଲା । ବିଭିନ୍ନ ୱାର୍ଡ ରୁ ରାସ୍ତାଘାଟ, ଡ୍ରେନେଜ୍ ସମସ୍ୟା,ପରିମଳ ବ୍ୟବସ୍ଥା,  ଆଲୋକିକରଣ ଏବଂ ପ୍ରଧାନମନ୍ତ୍ରୀ ଆବାସ  ସମ୍ପର୍କିତ ଆଦି  ଅଭିଯୋଗ ନେଇ ଅଧିକାଂଶ ଅଭିଯୋଗକାରୀ ପୌର କାର୍ଯ୍ୟାଳୟକୁ ଆସି ସେମାନଙ୍କ ଅଭିଯୋଗ ପତ୍ର ନଗରପାଳ ଙ୍କୁ ପ୍ରଦାନ କରିଥିଲେ । ନଗରପାଳ ଶ୍ରୀଭୋଜ ସେଗୁଡିକ ବିଚାର କରି ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ପୌର ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କାଉନସିଲର ମାନେ ଉପସ୍ଥିତ ଥିଲେ । ବହୁବର୍ଷ ପରେ ପୌର କାର୍ଯ୍ୟାଳୟରେ ପୌରବାସୀଙ୍କ ପାଇଁ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer