ସାରାଦେଶରେ ଫାସଟ୍ୟାଗ୍(fast tag)ର ନୂଆ ନିୟମ ଆଜି (ସୋମବାର) ଠାରୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି । ଏଥିରେ ଉଲଙ୍ଘନ ହେଲେ ଲାଗିବ ଦୁଇଗୁଣ ଫାଇନ । ସରକାରଙ୍କ ପକ୍ଷରୁ ଜାରି ନୂଆ ନିୟମ ଅନୁସାରେ ଆକାଉଣ୍ଟରେ କମ୍ ବାଲାନ୍ସ ଥିଲେ , ପେମେଣ୍ଟର କରିବାରେ ବିଳମ୍ବ ହେଲେ କିମ୍ବା ଫାସଟ୍ୟାଗ୍ ବ୍ଲାକଲିଷ୍ଟ ହୋଇଯାଇଥିଲେ ଅତିରିକ୍ତ ଫାଇନ୍ ଦେବାକୁ ପଡ଼ିବ ।
ଫାଷ୍ଟଟ୍ୟାଗ ର ନୂଆ ନିୟମ ଅନୁସାରେ ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ୬୦ ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ଯଦି ଫାସଟ୍ୟାଗ୍ ଅଚଳ ରହେ ତେବେ ଟ୍ରାଞ୍ଜେକସନ୍ ବିଫଳ ହୋଇଯିବ । ସେହିପରି ଟୋଲ୍ ଅତିକ୍ରମ କରିବାର ୧୫ ମିନିଟ୍ ପରେ ଟ୍ରାଞ୍ଜେକସନ୍ ଆକ୍ଟିଭ୍ ହେଲେ, ଏହାକୁ ଅସ୍ବୀକାର କରାଯିବ । ଏପରି ପେମେଣ୍ଟରେ ‘ଏରର୍ କୋଡ୍ ୧୭୬ ଲେଖାଯାଇ ରିଜେକ୍ଟ କରାଯିବ । ଫଳରେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ପୂର୍ବରୁ ଉପଭୋକ୍ତା ମାନେ ଟୋଲବୁଥ୍ରେ ଫାସଟ୍ୟାଗ୍ ରିଚାର୍ଜ କରି ଆଗକୁ ଯାଉଥିଲେ , କିନ୍ତୁ ଏବେ ଫାସଟ୍ୟାଗ୍କୁ ଆଗୁଆ ରିଚାର୍ଜ କରିବାକୁ ପଡ଼ିବ । ନୂଆ ନିୟମକୁ ଦୃଷ୍ଟିରେ ରଖି ଗାଡ଼ି ବାହାର କରିବା ପୂର୍ବରୁ ଫାସଟ୍ୟାଗ୍ ଆକାଉଣ୍ଟରେ ଆବଶ୍ୟକ ବାଲାନ୍ସ ଅଛି ନା ନାହିଁ, ତାହା ନିଶ୍ଚିତ କରିବା ଉଚିତ । ସରକାରଙ୍କ ନୂଆ ନିୟମ ଆଣିବାର ଉଦ୍ଦେଶ୍ୟ ହେଉଛି ଫାସଟ୍ୟାଗ୍ରେ ସମସ୍ୟା ଯୋଗୁଁ ଟୋଲ୍ ପ୍ଲାଜାରେ ଯାନବାହନ ଗୁଡ଼ିକ ଅଧିକ ସମୟ ଅଟକି ରହୁଛି । ତେଣୁ ଏହାକୁ ରୋକିବା ପାଇଁ ଓ ପ୍ଲାଜାରେ ଲାଗୁଥିବା ଯାନବାହାନ ଗୁଡ଼ିକର ଲମ୍ବା ଧାଡ଼ି ହ୍ରାସ କରିବା ପାଇଁ ଏଭଳି ଆଇନ କରାଯାଇଛି ।
ଫାଷ୍ଟଟ୍ୟାର୍ ଠିକ୍ ଅଛି ନା ନାହିଁ କେମିତି ସ୍ଥିତି ଯାଞ୍ଚ କରିବେ ?
ପ୍ରଥମେ ପରିବହନ ବିଭାଗର ଅଫିସିଆଲ ୱେବସାଇଟ୍କୁ ଯାଆନ୍ତୁ । ସେଠାରେ ଆପଣ ‘Check E-Challan Status’ ଅପସନକୁ ସିଲେକ୍ଟ କରନ୍ତୁ । ଏହାପରେ ଆପଣଙ୍କ ଭେଇକିଲ୍ ରେଜିଷ୍ଟ୍ରେସନ ନମ୍ବର ଦିଅନ୍ତୁ । ଏପରି ଭାବରେ ଆପଣ ଜାଣିପାରିବେ ଆପଣଙ୍କ ଯାନର ଫାଷ୍ଟଟ୍ୟାଗ୍ ବ୍ଲାକ୍ଲିଷ୍ଟ ହୋଇଛି କି ନାହିଁ । ଫାସ୍ଟ୍ୟାଗ୍କୁ ଅନବ୍ଲକ୍ କରିବା ଲାଗି ପ୍ରଥମେ ଏହାକୁ ରିଚାର୍ଜ କରିବାକୁ ହେବ । ପେମେଣ୍ଟ ସଫଳ ହେବା ପରେ ଆପଣଙ୍କ ଫାସ୍ଟ୍ୟାଗ୍ ସକ୍ରିୟ ହୋଇଯିବ। ଏହା ଏକ ସହଜ ପ୍ରକ୍ରିୟା ।
