ଆଇ. ଟି. ରିଟର୍ଣ୍ଣ ଦେଇଥିଲେବି କଟିବନି ରାସନ୍ କାର୍ଡ । ଏନେଇ ଆଜି ଆସିଛି ଏକ ଅପଡେଟ । ଏହି ଅପଡେଟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଆୟକର ରିଟର୍ଣ୍ଣ ( ଆଇ. ଟି. ରିଟର୍ଣ୍ଣ ) ଦେଉଥିଲେବି ହିତାଧିକାରୀ ପାଇବେ ରାସନ ସାମଗ୍ରୀ । ଆୟକର ରିଟର୍ଣ୍ଣ ଫାଇଲ କରିଥିଲେବି କଟିବନି ରାସନ କାର୍ଡ । ସେଥିପାଇଁ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଏନେଇ ଲିଷ୍ଟ ସହ ପ୍ରତି ହିତାଧିକାରୀଙ୍କ ଘରକୁ ଘର ବୁଲି ଭେରିଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଟଙ୍କା ଓ ସହରାଞ୍ଚଳରେ ୧୫ ହଜାର ଟଙ୍କା ଆୟଥିବା ଲୋକଙ୍କ କାର୍ଡ କାଟିବାକୁ ନିର୍ଦ୍ଦେଶ ଆସିଛି । ଫିଜିକାଲ ଭେରିଫିକେସନ ପରେ ଲୋକଙ୍କ ଆୟ ଦେଖି ନିଷ୍ପତ୍ତି ନିଆଯିବ ଓ ପ୍ରକୃତ ଗରିବ ହିତାଧିକାରୀ ଏହି କାର୍ଡ ନିଶ୍ଚିତ ପାଇବେ ବୋଲି ଆଜି ଯୋଗାଣ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
