Explore

Search
Close this search box.

Search

April 28, 2025 4:56 am

ପରଲୋକରେ ଓଲିଉଡ଼ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ।

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ୬୬ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ କିଛିଦିନ ହେବ ଲିଭର ସିରୋସିସ ରୋଗରେ ସେ ପୀଡିତ ଥିଲେ । ଗତକାଲି (ଗୁରୁବାର) ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । 

ଦୀର୍ଘ ୪୮ ବର୍ଷ ଧରି ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ରହି ୧୩୫ ଟି ଓଡ଼ିଆ ଫିଲ୍ମରେ ଅଭିନୟ କରିବା ସହ ବହୁ ସୁନାମ ଅର୍ଜନ କରିଛନ୍ତି । ଉତ୍ତମଙ୍କ ଦେହାନ୍ତ ଓଡ଼ିଆ ଫିଲ୍ମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ମୃତ୍ୟୁ ପରେ କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ଅଭିନେତା ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଶୋକବ୍ୟକ୍ତ କରିଛନ୍ତି । ଆଜ ଦିଲ୍ଲୀରୁ ଭୁବନେଶ୍ବର ଆସିବ ଉତ୍ତମ ମହାନ୍ତିଙ୍କ ମରଶରୀର । ଏଠାରେ ପହଞ୍ଚିବା ପରେ  ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer