Explore

Search
Close this search box.

Search

April 28, 2025 4:47 am

ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ନିନ୍ଦା କଲା ବିଜେଡ଼ି ।

ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ମନ୍ତବ୍ୟ ବିକଶିତ ଓଡ଼ିଶା ପାଇଁ ନୁହଁ ବିଖଣ୍ଡିତ ଓଡ଼ିଶା ପାଇଁ ଉଦ୍ଧିଷ୍ଟ । ଏହାକୁ ବିଜେଡ଼ି ଦୃଢ଼ ନିନ୍ଦା କରିଥିବା ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛି ।

ବିଜେଡ଼ି ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ ଲେଲିନ ମହାନ୍ତି କହିଛନ୍ତି ଯେ , ବିକଶିତ ଓଡ଼ିଶାର ସ୍ଲୋଗାନ ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ବିଖଣ୍ଡିତ ଓଡ଼ିଶାର ଭାଷା କହୁଛନ୍ତି । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଯେଉଁଭଳି ଭାବେ ବିଦ୍ୱେଷ ସୃଷ୍ଟିକାରୀ ବକ୍ତବ୍ୟ ଦେଇଛନ୍ତି ତାହା ବିଜେପି ଦଳର ଅସଲ ସ୍ୱରୁପକୁ ପଦାରେ ପକାଇ ଦେଇଛି । ଭାଷା ଭିତ୍ତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ, ବିଜେପିର ଏଭଳି ଆଭିମୁଖ୍ୟ ଓଡ଼ିଶାର ଏକଟାକୁ କୁଠାରଘାତ କରୁଛି । ଡ ମହାନ୍ତି ଆହୁରି କହିଛନ୍ତି ଯେ, ସମ୍ବଲପୁର ଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ଦେଇଥିବା ଏହି ବକ୍ତବ୍ୟ ତାଙ୍କ ଅସୂୟା ମନୋଭାବ ଓ ମନ୍ତ୍ରୀ ନହୋଇପାରିବାର ହତାଶା ଭାବର ପରିପ୍ରକାଶ । ଭାରତୀୟ ଜନତା ପାର୍ଟି ଏଥିପାଇଁ ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ ମତ ରଖିବା ଆବଶ୍ୟକ ଏବଂ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ।

ନିଜ ଦଳର ଜଣେ ବରିଷ୍ଠ ବିଧାୟକଙ୍କ ଏଭଳି ମତ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ଆବଶ୍ୟକ । ନଚେତ୍ ଓଡ଼ିଆ ଅସ୍ମିତା ଓ ବିକଶିତ ଓଡ଼ିଶା ସ୍ଲୋଗାନ ଏକ ଫମ୍ପା ଆବାଜ୍ ଥିଲାବୋଲି ରାଜ୍ୟବାସୀ ଧରିନେବେ । ଚର୍ଚ୍ଚାରେ ରହିବା ପାଇଁ ଶ୍ରୀ ମିଶ୍ରଙ୍କ ଏଭଳି ବକ୍ତବ୍ୟ ଦୁର୍ଭାଗ୍ୟଜନକ ଓ ବିଜୁ ଜନତା ଦଳ ଏହାର ଦୃଢ଼ ନିନ୍ଦା କରୁଛି ବୋଲି ପ୍ରେସ ବିଜ୍ଞପ୍ତି ରେ ଦର୍ଶାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer