Explore

Search
Close this search box.

Search

June 21, 2025 8:59 am

ଦେବଗଡ଼ ଜିଲ୍ଲା ଦକ୍ଷତା ବିକାଶ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ।

ଦେବଗଡ଼ ଜିଲ୍ଲା ଦକ୍ଷତା ବିକାଶ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ । ନିଯୁକ୍ତି ମେଳାରେ ଯୋଗଦେଇଥିଲେ ମୋଟ ୩୮୦ ଜଣ ଯୁବକ ଯୁବତୀ । ସେଥିମଧ୍ୟରୁ ନିଯୁକ୍ତି ପତ୍ର ପାଇଛନ୍ତି ୧୪ ଜଣ।

ଆଜି (ବୁଧବାର) ଜିଲ୍ଲା ଦକ୍ଷତା ବିକାଶ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ, ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ  ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶୀକ କୁମାର ପ୍ରଧାନ, ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର,ସମ୍ବଲପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ଅରୁଣ ସାହୁ, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇଥିଲେ ।  ଶିକ୍ଷିତ ବେକାର ଯୁବ ବର୍ଗ କୁ ଆବଶକ୍ୟ ପରାମର୍ଶ ପୂର୍ବକ କର୍ମ ନିଯୁକ୍ତି ମାଧ୍ୟମରେ ଉପାର୍ଜନ କ୍ଷମ କରାଇବା ଏଇ ମେଳାର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି  ତାଙ୍କ ଅଭିଭାଷଣ ରେ ପ୍ରକାଶ କରିବା ସହ  ଜିଲ୍ଳାର ଶିକ୍ଷିତ ଯୁବକ ଯୁବତୀ ମାନେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ ।  ଏହି ଜିଲ୍ଳା ସ୍ତରୀୟ ନିଯୁକ୍ତି ମେଳାରେ ମୋଟ ୩୪ ଟି ଷ୍ଟଲ ଖୋଲା ଯାଇଥିଲା । ଜିଲ୍ଲାର ରିଆମାଳ, ତିଲେଇବଣି ଓ ବାରକୋଟ ଆଦି ତିନି ବ୍ଲକ୍ରୁ ୨୪୬ ଜଣ ଯୁବକ ଓ ୧୩୪ ଜଣ ଯୁବତୀ ଭାଗ ନେଇଥିଲେ। ସେଥି ମଧ୍ୟରୁ  ମୋଟ ୧୪ ଜଣ ଯୁବାକ ଓ ଯୁବତୀଙ୍କୁ  ନିଯୁକ୍ତି ପତ୍ର ଅର୍ପଣ କରାଯାଇଥିଲା।

ଏହି ମେଳାରେ ସାଇ ଏକ୍ସପର୍ଟ,  ସିପେଟ, ଡିଭାଇନ ନର୍ସି, ଏସ ଏଲ୍ ଭି, ଏସ ବି ଆଇ ଲାଇଫ, ଏସ ଏସ ଡି ପି, ୟୁଥ୍ ଫର୍ ଜବ, କ୍ରିଏଟିଭ ଇଂଜିନିୟର, ଲାଇଫ ଲାଇଟ୍ କେରିଅର୍ ଇତ୍ୟାଦି କାର୍ଯ୍ୟକାରିଣୀ ସଂସ୍ଥା ଉପସ୍ଥିତ ଥିଲେ। ନର୍ସିଂ ଟ୍ରେନିଂ ପାଇଁ ୭ ଜଣ , ସୋଲାର ପ୍ୟାନେଲ ଇନ୍‌ଷ୍ଟଲେସନ୍ ପାଇଁ ୬ ଜଣ ଓ କ୍ରିଏଟିଭ ଇଂଜିନିୟର ୧ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer