ପୃଥିବୀ ପୃଷ୍ଠକୁ ଫେରିବେ ମହାକାଶଚାରୀ ସୁନିତା ୱିଲିୟମସ ଓ ତାଙ୍କ ସାଥୀ ବଚ୍ ୱିଲମୋର । ଏହି ପ୍ରତୀକ୍ଷାର ଧିରେଧିରେ ଅନ୍ତ ହେବାକୁ ଯାଉଛି । ସୁନିତା ଓ ଵ୍ୟାରି ଙ୍କୁ ଫେରାଇ ଆଣିବା ପାଇଁ କ୍ରୁ – ୧୦ ଟିମ୍ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି ।
ମହାକାଶଚାରୀ ସୁନିତା ଓ ବଚ୍ ଙ୍କୁ ଫେରାଇ ଆଣିବା ପାଇଁ NASA – Space X ମିଶନ କୁ କ୍ରୂ-୧୦ (Crew-10) ନାମ ଦିଆଯାଇଛି । ଏହି ମିଶନରେ ୪ ଜଣ ମହାକାଶଚାରୀ ଅଛନ୍ତି । କ୍ରୁ-୧୦ ଟିମ୍ ଆଇଏସଏସ (International Space Station) ରେ ମହାକାଶଚାରୀ ସୁନିତା ୱିଲିୟମସ ଏବଂ ବଚ୍ ୱିଲମରଙ୍କ ସ୍ଥାନ ନେବେ । ଯଦି ସବୁକିଛି ଠିକ୍ ଠାକ୍ ରହେ ସୁନିତା ଦୀର୍ଘ ୯ ମାସ ପରେ ପୃଥିବୀ ପୃଷ୍ଠ କୁ ଫେରିବେ । କୁହାଯାଉଛି ସୁନିତା ଏବଂ ବ୍ଯ୍ୟାରି ତିନି ଚାରି ଦିନ ମଧ୍ୟରେ ପୃଥିବୀ ପୃଷ୍ଟ କୁ ଫେରି ଆସିବେ ।
ଗତ ୨୦୨୪ ମସିହା ଜୁନ ୫ ତାରିଖ ଦିନ ସୁନିତା ଏବଂ ବଚ୍ ଆଠଦିନ ପାଇଁ ମହାକାଶକୁ ଯାଇଥିଲେ । ସେ ବୋଇଂ ର ଷ୍ଟାରଲାଇନର ମହାକାଶଯାନରେ ଉଡାଣ ଭରିଥିଲେ। ମାତ୍ର ପ୍ରତ୍ୟାବର୍ତ୍ତନ ସମୟରେ ଷ୍ଟାର ଲାଇନର ମହାକାଶଯାନ ଥ୍ରଷ୍ଟର ରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ସେହିଦିନ ଠାରୁ ଉଭୟେ ମହାକାଶରେ ଫସି ରହିଛନ୍ତି । ନାସା ଏବଂ ସ୍ପେସ ଏକ୍ସ ମିଳିତ ଭାବେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏହି ମିଶନ (କ୍ରୁ -୧୦) କୁ କାର୍ଯ୍ୟକାରୀ କରୁଛନ୍ତି ।
