Explore

Search
Close this search box.

Search

April 28, 2025 11:39 am

ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଘରୁ ଟାଣିନେଇ ଦଳିଦେଲା ଦନ୍ତା । ଦେବଗଡ ଜିଲ୍ଲା ତିଲେଇପଶି ଗାଁ ରେ ଘଟିଛି ଘଟଣା ।

ମହିଳାଙ୍କୁ ଘରୁ ଟାଣିନେଇ ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ମହିଳା ଜଣକ ମୃତ୍ୟୁବରଣ କରିଥିବା ବେଳେ ସ୍ଵାମୀ ଓ ଦୁଇପୁଅ ଦନ୍ତା ଆକ୍ରମଣରେ ଆହତ ହୋଇଛନ୍ତି ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ତିଲେଇପଶି ଗ୍ରାମରେ ।
ସୂଚନା ଅନୁଯାୟୀ , ସୋମବାର ରାତି ୨ ଟା ସମୟରେ ଏକ ଦନ୍ତା ହାତୀ ତିଲେଇପଶି ଗ୍ରାମକୁ ପଶି ଗ୍ରାମର ମହରା ସାହିରେ ପୂଜା ମାହର (୩୮) ନାମକ ଏକ ମହିଳାଙ୍କୁ ଘରେ ଶୋଇଥିବା ଅବସ୍ଥାରେ  ଟାଣିନେଇ ଗୋଡ଼ରେ ଦଳି ଦେଇଥିଲା । ଘଟଣା ସ୍ଥଳରେ ପୁଜାଙ୍କ ମୃତ୍ୟୁ ହୋଇଥିବା ବେଳେ , ଦନ୍ତା ଆକ୍ରମଣରେ ତାଙ୍କ ସ୍ଵାମୀ ରିତୁ  ମାହର ଓ ଦୁଇପୁଅ ଆହାତ ହୋଇଥିବା ଜଣାଯାଇଛି ।
ଘଟଣା ସମ୍ପର୍କରେ ଖବର ପାଇ ରିଆମାଳ ରେଞ୍ଜ ଅଫିସର ନିରଞ୍ଜନ ଧରୁଆ  ସ୍ଥାନୀୟ ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer