Explore

Search
Close this search box.

Search

June 21, 2025 9:27 am

ଦେବଗଡ ଜିଲ୍ଲା ବିଜେପି ପକ୍ଷରୁ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।

ଦେବଗଡ : ଭାରତୀୟ ଜନତା ପାର୍ଟୀ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ଦିବା ୪ ଘଟିକା ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦେବଗଡ ଲୋକସଭା ସାଂସଦ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ଙ୍କ ଉଦ୍ଧେଶ୍ୟରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସଭାରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶ୍ରଦ୍ଧାଞ୍ଜଳି ସଭାକାର୍ଯ୍ୟ ରେ ପୂର୍ଵତନ ବିଧାୟକ ସୁଭାଷ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ମୀନକେତନ ପ୍ରଧାନ , ସାଧାରଣ ସମ୍ପାଦକ ରଞ୍ଜିତ କୁମାର ପଟେଲ, ସମସ୍ତ ଉପ ସଭାପତି, ସମସ୍ତ ମଣ୍ଡଳ ସଭାପତି, ପୂର୍ଵତନ ଜିଲ୍ଲା ପରିଷଦ ଯୋଗେଶ ପ୍ରଧାନ ଯୁବନେତା ଭୋଳେଶ୍ୱର ପ୍ରଧାନ, ସୁଧୀର କୁମାର ବ୍ରହ୍ମା,ସମସ୍ତ ୱାର୍ଡ କାଉନସିଲର,ସମାଜ ସେଵୀ ସୁଧୀର କପରଦାର,କୃଷକ ସମାଜ ସମ୍ପାଦକ ଚୂଡ଼ାମଣି ପ୍ରଧାନ ଓ ଜିଲ୍ଲା ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସଭାକାର୍ଯ୍ୟରେ ବକ୍ତାମାନେ ସ୍ବର୍ଗତ ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହ ସେ ତାଙ୍କ ରାଜନୈତିକ ଜୀବନ ରାଜ୍ୟର ବିକାଶ ପାଇଁ ଉତ୍ସର୍ଗ କରିଥିବା ମତବ୍ୟକ୍ତ କରିଥିଲେ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer