ବିଶ୍ଵ ନାଟ୍ୟ ଦିବସ ୨୦୨୫ ଅବସରରେ ବାମଣ୍ଡା କଳାକାର ସଂଘ ପକ୍ଷରୁ ମଞ୍ଚସ୍ଥ ହେବାକୁ ଯାଉଛି ସାମାଜିକ କଥାବସ୍ତୁ ଉପରେ ଆଧାରିତ ନାଟକ ‘ବୁଢ଼ା ମାଷ୍ଟର’ ।
ବିଶ୍ଵ ନାଟ୍ୟ ଦିବସ ୨୦୨୫ ଅବସରରେ ଦେବଗଡ ଜିଲ୍ଲା ବାମଣ୍ଡା କଳାକାର ସଂଘ ପକ୍ଷରୁ ଆସନ୍ତା ୨୭ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଟାଉନ ହଲ ଠାରେ ମଞ୍ଚସ୍ଥ ହେବାକୁ ଯାଉଛି ସାମାଜିକ କଷ୍ଠାବସ୍ତୁ ଉପରେ ଆଧାରିତ ନାଟକ ‘ବୁଢ଼ା ମାଷ୍ଟର’ । ଜିଲ୍ଲାର ବିଶିଷ୍ଟ ପରିବେଶବିତ୍ତ ତଥା ସମାଜସେବୀ କୁମୁଦ ଚନ୍ଦ୍ର ଶତପଥୀଙ୍କ ଦ୍ଵାରା ରଚିତ ଏହି ନାଟକକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରବୀଣ ନାଟ୍ୟକାର ତଥା ଅଭିନେତା ରୋମିଓ ମହାପାତ୍ର ।ଏହି ନାଟକରେ କଣ୍ଠ ଅରୁନ୍ଧତୀ ଦାସ ଓ ସଙ୍ଗୀତ ମୁନା, ସୋମ, ରାଜୁ କରୁଥିବା ବେଳେ, ମଞ୍ଚସଜ୍ୟା କରୁଛନ୍ତି ସୌମ୍ୟ ରଞ୍ଜନ ନାୟକ । ସେହିପରି ପ୍ରଶାନ୍ତ ମହାରଣା ଓ ପୂର୍ଣ୍ଣ ଚନ୍ଦ୍ର ବୁଡ଼ା ଏଥିରେ ଆଲୋକ ସଜ୍ୟା କରୁଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ବାମଣ୍ଡା କଳାକାର ସଂଘ ଦେବଗଡ ଜିଲ୍ଲାର ୬ ଗୋଟି ଅଗ୍ରଣୀ ନାଟ୍ୟ ଅନୁଷ୍ଠାନର ଏକତ୍ରିକରଣରେ ଗଠିତ ହୋଇଥିବା ବେଳେ, ଏହା ଏକ ପଞ୍ଜୀକୃତ ନାଟ୍ୟ ମହାସଂଘ । ବାମଣ୍ଡା କଳାକାର ସଂଘ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ପ୍ରତିଯୋଗିତା ମୂଳକ ନାଟକ ମଞ୍ଚସ୍ଥ କରି ବହୁ ସୁନାମ ଅର୍ଜନ କରି ଆସିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାମଣ୍ଡା କଳାକାର ସଂଘ ଆସନ୍ତା ୨୭ ତାରିଖ ବିଶ୍ଵ ନାଟକ ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ଚଳିତ ବର୍ଷର ସାମାଜିକ କଥାବସ୍ତୁ ଉପରେ ଆଧାରିତ ନାଟକ ‘ବୁଢ଼ା ମାଷ୍ଟର’ ମଞ୍ଚସ୍ଥ କରି ଦର୍ଶକ ଓ ନାତ୍ୟପ୍ରେମୀଙ୍କୁ ଭେଟି ଦେବାକୁ ପ୍ରସ୍ତୁତି କରିଛି । ଏହି ନାଟକ ଦର୍ଶକଙ୍କ ବେସ୍ ମନଛୁଆଁ ହୋଇପାରିବ ବୋଲି କଳାକାର ସଙ୍ଘ ଆଶାବାଦୀ ଥିବା ଜଣାଯାଇଛି ।
